ଭୁବନେଶ୍ୱର: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ନେଇ ଚାଲିଥିବା ଚର୍ଚ୍ଚା ଥମିବାର ନା ଧରୁନି । ଆଜି ଦିଲ୍ଲୀରୁ ଫେରିବା ପରେ ଦଳର ସଭାପତି ନବୀନ କରିଥିବ
ା ଅଭିଯୋଗର ଭିତ୍ତିଭୂମି ନାହିଁ ବୋଲି ଖୋଦ ଅରବିନ୍ଦ କହିଛନ୍ତି । ଅଭିଯୋଗକୁ ପ୍ରମାଣିତ କରିବା ଲାଗି ବିଜେଡିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଅରବିନ୍ଦ । ତେବେ ସ୍ଥାନୀୟ ବିଧାୟକ ପାଟକୁରା ବାସୀଙ୍କୁ ହଇରାଣ କରୁଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ ଆଣିଥିଲେ ।
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, "ଗତ ୧୫ ତାରିଖରେ ମୋତେ ବିଜେଡିରୁ ନିଲମ୍ବନ କରାଗଲା । ମୁଁ ଦଳ ବିରୋଧୀ କାର୍ଯ୍ୟ କରିଛି ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଗଲା । ପରେ କୁହାଗଲା ମୁଁ ଦୁର୍ନୀତି କରିଛି । ଆଉ ମୁଁ ବିଶ୍ୱାସ ଘାତକତା କରିଥିବା ଅଭିଯୋଗରେ ଯୋଡ଼ା ଗଲା । ତା'ପରେ 'ମିଡ ଡେ' ଅପରେସନ କଥା କୁହାଗଲା । ସେଥିରେ ଅନ୍ୟ ମାନଙ୍କୁ ଯୋଡି ଦିଆଗଲା । ଏହା ପରେ ଆଉ ବଡ଼ ଅଭିଯୋଗ ଆଣିଲେ, ଦଳର କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀଙ୍କୁ ମୁଁ ହରେଇଲି । ଏମ୍ଏଲଏ ଲ୍ୟାଡ଼ କାମରେ କାହାକୁ ପଚାରୁ ନାହିଁ ବୋଲି କହିଲେ । ଗତକାଲି ବିଜେଡି ସଭାପତି କହିଛନ୍ତି ମୁଁ ପାଟକୁରାବାସୀଙ୍କୁ ହଇରାଣ କରୁଥିଲି । ୧୫ ତାରିଖରୁ ଗତକାଲି ପର୍ଯ୍ୟନ୍ତ ମୋ ବିରୋଧରେ ବିଜେଡି ପକ୍ଷରୁ ଆସିଥିବା କେଉଁ ଅଭିଯୋଗ ସତ ବୋଲି ମୁଁ ଜାଣିବାକୁ ଚାହୁଁଛି । ଅଭିଯୋଗ ଗୁଡିକର ଏଇଟା ଶେଷ ତାଲିକା ନା ଆଉ ଅଛି ? ଯଦି ଏଇଟା ଚୂଡାନ୍ତ ତାଲିକା ତେବେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତିଙ୍କୁ ମୋର ପ୍ରଶ୍ନ କେବେ ଜାଣିଲେ ମୁଁ ପାଟକୁରାବାସୀଙ୍କୁ ହଇରାଣ କରୁଛି ?"
ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି, "ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ଭିତ୍ତିଭୂମି କିଛି ନାହିଁ । ଯେଉଁମାନେ ଭୋଟ ଦେଇ ନିର୍ବାଚିତ କରିଛନ୍ତି ସେମାନଙ୍କ ସହିତ ଅଛି । କାମ ମଧ୍ୟ ଚାଲିଛି ।