048, __Noto_Sans_Fallback_8df048; font-size: 17px;">ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ, ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ 131 ଜଣ ନାମ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ 4 ଜଣ ଓଡ଼ିଆ ରହିଛନ୍ତି । ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ବିଭିନ୍ନ କ୍ଷେତ୍ରରେ ତିନୋଟି (ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ) ବର୍ଗରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଏ ।

ତେବେ 5 ଜଣଙ୍କୁ ସମ୍ମାନଜନକ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ସେହିପରି 13 ଜଣଙ୍କୁ ପଦ୍ମ ଭୂଷଣ ଓ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

2026 ବର୍ଷ ପାଇଁ ଓଡ଼ିଶାର 4 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ଚୟନ କରାଯାଇଛି । ସେମାନେ ହେଉଛନ୍ତି ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର, ସୀମାଞ୍ଚଳ ପାତ୍ର ଓ ଚରଣ ହେମ୍ବ୍ରମ ।


0 Comments