ଭୁବନେଶ୍ବର: ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମକୁ ନେଇ ଗର୍ଜିଲା କଂଗ୍ରେସ ଓ ବିଜେଡି । ଘଟଣାର ତଦନ୍ତ ଭାର ସିବିଆକୁ ଦିଆଯାଉ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ପୀଡିତାଙ୍କୁ ଭେଟିବାକୁ କଂଗ୍ରେସ ଦାବି କରିଛି । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଭୁବନେଶ୍ୱର AIIMS ନିର୍ଦ୍ଦେଶକଙ୍କ ସହ କଥା ହୋଇଥିବା ଏକ୍ସରେ ଟ୍ବିଟ କରି କହିଛନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଏଫଏମ କଲେଜ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥି ସହ ପୀଡିତା ଛାତ୍ରୀଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ।

ଏଭଳି ସ୍ଥିତିରେ ଉକ୍ତ ଘଟଣାକୁ ନେଇ ତେଜୁଛି ରାଜନୀତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ। କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି," ଏହି ଘଟଣାରେ ସିବିଆଇ ସମର୍ଥିତ ନ୍ୟାୟିକ ତଦନ୍ତ କରାଯାଉ । ଛାତ୍ରୀ ଜଣକ ପୂର୍ବରୁ ମୁଖ୍ୟମନ୍ତ୍ରୀ ,ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଏହି ଘଟଣା ନେଇ ଟ୍ବିଟ କରିଥିଲେ ହେଲେ କେହି ଏ ଘଟଣା ନେଇ କିଛି କଲେ ନାହିଁ ,ଯାହା ଫଳରେ ଛାତ୍ରୀ ଜଣକ ଆତ୍ମାହୂତି ଦେଲେ । ତେଣୁ ଏ ଘଟଣାରେ କୋଉଁଠି ନା କୋଉଁଠି ସେମାନେ ଦାୟୀ । ନିରପେକ୍ଷ ତଦନ୍ତ ପାଇଁ ଆମେ ରାଷ୍ଟ୍ରପତିଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରୁ ସମୟ ମାଗିଛୁ। ଯଦି ସମୟ ନଦେବେ ଆମେ ରାଷ୍ଟ୍ରପତିଙ୍କ ପାଖକୁ ଦାବିପତ୍ର ପଠାଇବୁ । ଘଟଣାର ଆବଶ୍ୟକତାକୁ ଦେଖି ମହିଳା କଂଗ୍ରେସର 8 ଜଣିଆ ତଥ୍ୟ ଅନୁଧ୍ୟାନ କାରୀ କମିଟି ବାଲେଶ୍ୱର ସ୍ଥିତି ଅନୁଧ୍ୟାନ କରିବାକୁ ଯାଉଛନ୍ତି। ଆମେ ଦାବି କରୁଛୁ ହାଇକୋର୍ଟ ସିଟିଙ୍ଗ ଜଜଙ୍କ ତତ୍ଵାବଧନରେ ସିବିଆଇକୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉ। ଏହାସହ ବିଧାନସଭାରେ ମହିଳା ସୁରକ୍ଷା ପାଇଁ ଗୃହ କମିଟି କରାଯାଉ। ରାଷ୍ଟ୍ରପତି ଜଣେ ଓଡ଼ିଆ ମହିଳା ଯେହେତୁ ସେ AIIMS ସମାଵର୍ତନ ଉତ୍ସବରେ ଯୋଗଦେବେ ତେଣୁ ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ନିବେଦନ କଳା କଂଗ୍ରେସ। "

0 Comments