ବାଲେଶ୍ୱର: ଫକୀର ମୋହନ କଲେଜର ଇଣ୍ଟିଗ୍ରେଟେଡ଼ ବିଏଡ ଛାତ୍ରୀଙ୍କୁ ଅଧ୍ୟାପକ ଖରାପ ବ୍ଯବହାର କରିଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଚାଲିଥିବା ବେଳେ ଆଜି ସମ୍ପୃକ୍ତ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଜୀବନ ହାରିବା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲକୁ ଅଣାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରୀ ଜଣଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସଦର ବିଧାୟକ ମାନସ ଦତ୍ତ ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି ।
ବାଲେଶ୍ୱର ଫକୀର ମୋହନ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଏବଂ HOD ସମୀର ସାହୁ ନିଲମ୍ବିତ । ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଭୟଙ୍କୁ ସସ୍ପେଣ୍ଡ କଲେ ଉଚ୍ଚଶିକ୍ଷା ବିଭାଗ ।
ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଏହା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଭାଗୀୟ
ୁଖ୍ୟ ଓ ପ୍ରିନ୍ସିପଲ ଉଭୟଙ୍କୁ ସସପେଣ୍ଡ କରାଯାଇଛି । ସେମାନଙ୍କୁ ପୋଲିସ ହେପାଜତରେ ନେଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟି ରିପୋର୍ଟ ଆଧାରରେ କଠୋରରୁ କଠୋର ପଦକ୍ଷେପ ନିଆଯିବ । ଯେମିତି ଆଗକୁ ଘଟଣା କେବେ ନ ଘଟେ । ପ୍ରିନ୍ସିପଲ ଅଫିସରୁ ଆସିବା ପରେ ପ୍ରମାଣ କହୁଛି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମୁଁ ନିଜେ ତାଙ୍କ ଚିକିତ୍ସା କିପରି ହେବ ତା ଉପରେ ନଜର ରଖିଛି । ଅଭିଯୋଗ ପରେ ମଧ୍ୟ ଗୁରୁତର ସହ ନେଇ ଏହାର ତଦନ୍ତ କଲେ ନାହିଁ ସେହି କାରଣରୁ ପ୍ରିନ୍ସିପଲଙ୍କୁ ନିଲମ୍ବନ କରାଯାଇଛି," ବୋଲି କହିଛନ୍ତି
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଅଭିଯୋଗ ହୋଇଛି । ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପ୍ରଥମେ ବାଲେଶ୍ବର ହସ୍ପିଟାଲ ଏବଂ ପରେ କଟକ ଏସସିବି ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି ।