ଭୁବନେଶ୍ବର: ଫକିର ମୋହନ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସରକାରଙ୍କୁ ଉଭୟ କଂଗ୍ରେସ ଏବଂ ବିଜେଡିର ଟାର୍ଗେଟ୍। ଆତ୍ମହୁତି ଉଦ୍ୟମ କରିଥିବା ପୀଡ଼ିତା ଛାତ୍ରୀ ବର୍ତ୍ତମାନ AIIMSରେ ସଙ୍କଟାପନ୍ନ ଅବସ୍ଥାରେ ବର୍ଣ୍ଣ ୟୁନିଟ୍‌ରେ ଚାଲିଛି ଚିକିତ୍ସା। ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଛାତ୍ରୀଙ୍କୁ ନ୍ୟାୟ

ଦାବିରେ ତେଜିଛି ରାଜନିତୀ। ରାଜଧାନୀ ଭୁବନେଶ୍ୱରରେ ଉଭୟ ଛାତ୍ର କଂଗ୍ରେସ ଏବଂ ଛାତ୍ର ବିଜେଡି ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସରକାରୀ ବାସଭବନ ଘେରାଓ କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚର ମହିଳା ୱିଂ ବାଲେଶ୍ବର ଫକୀର ମୋହନ କଲେଜରେ ତଦନ୍ତ କରିଛି। ସେହିପରି ଉଚ୍ଚ ଶିକ୍ଷା ବିଭାଗର ୩ ଜଣିଆ ଟିମ୍ ମଧ୍ୟ ଫକୀର ମୋହନ କଲେଜକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ ପହଞ୍ଚି ସମସ୍ତ ଦିଗକୁ ନେଇ ଆଲୋଚନା ଆରମ୍ଭ କରିଛନ୍ତି। ଯୁଗ୍ମ ସଚିବ ମୋୖସୁମୀ ନାୟକ ଏବଂ ବିଜେବି କଲେଜର ଅଧ୍ୟକ୍ଷ ପ୍ରଫେସର ଝୁମକୀ ରଥ ଏହି ଟିମରେ ସାମିଲ ହୋଇଛନ୍ତି। କମିଟି ଘଟଣାର ପ୍ରତ୍ୟକଟି ଦିଗକୁ ନେଇ ତଦନ୍ତ କରିବ।

ରାଜ୍ୟରେ ନାରୀ ଅସୁରକ୍ଷିତ। ଅନନ୍ୟା ପରେ ଅନ୍ୟାନ୍ୟ ହେଉଛି। ତେଣୁ ଏହି ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ କଂଗ୍ରେସ ଦାବି କରିଛି। "ପ୍ରତାପ ଷଡ଼ଙ୍ଗୀ ଦାୟିତ୍ଵବାନ ଲୋକ ହୋଇ କିଭଳି ଭାବେ ନିଜ ଦାୟିତ୍ଵକୁ ଭୁଲି ଗଲେ। ବାରମ୍ବାର ଅପରାଧ କରିବା ପାଇଁ ଅପରାଧୀକୁ ସୁଯୋଗ ଦିଆଗଲା। ସେ କେତେ ସହିବ। ଉଚ୍ଚ ଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ନ ହେଲେ ତାଙ୍କୁ ବରଖାସ୍ତ କରାଯାଉ। ନହେଲେ ସବୁ ଜିଲ୍ଲାରେ କଂଗ୍ରେସ ଆନ୍ଦୋଳନକୁ ବ୍ୟାପକ କରିବ," ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି।

ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରାଯାଇଛି। ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ବିଜେଡି ସଭାପତି ଦେବୀ ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ ବିଜେଡିକର୍ମୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଓ କରିଥିଲେ। ମହିଳାଙ୍କୁ ନ୍ୟାୟ ଦାବିରେ ବିଜେଡି ପକ୍ଷରୁ ଘେରାଓ କରାଯାଇଥିଲା। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଓ କରିଛି ଛାତ୍ର ବିଜେଡି। ଯଦି ଛାତ୍ରୀଙ୍କୁ ନ୍ୟାୟ ନମିଳେ ଆଗକୁ ବଡ଼ ଧରଣର ପ୍ରତିବାଦ ହେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ।

0 Comments