କେନ୍ଦୁଝର :- ଧରଣୀଧର ବିଶ୍ଵ ବିଶ୍ଵବିଦ୍ୟାଳୟ ନାଁରେ ଅସ୍ତିତ୍ଵ ହରାଇବାକୁ ବସିଛି କେନ୍ଦୁଝରର ସର୍ବ ପୁରାତନ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହାକୁ ନେଇ କେନ୍ଦୁଝର ଶହୀଦ ସଦନରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିନ୍ତାବ୍ୟକ୍ତ କରାଯାଇଛି । ପୂର୍ବ ସରକାର ୨୦୨୩ ମସିହା ଫେବୃଆରୀ ମାସରେ ତରବରିଆ ଭାବେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଧରଣୀଧର ବିଶ୍ଵ ବିଦ୍ୟାଳୟ ଭାବେ ଘୋଷଣା କଲେ । ଯାହା ଫଳରେ ବହୁ ବର୍ଷର ପୁରୁଣା ଧ
ଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନିଜର ସତ୍ତା ହରାଇଲା । ଏପରିସ୍ଥଳେ, ଜିଲ୍ଲାର ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ପୂର୍ବାପେକ୍ଷା ୩ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଜିଲ୍ଲାବାସୀଙ୍କର ଭାବାବେଗ ସହ ଜଡିତ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଥିତି ଅକ୍ଷୁର୍ଣ୍ଣ ରଖି ଧରଣୀଧର ବିଶ୍ଵ ବିଦ୍ୟାଳୟକୁ ସୁଲେଇଖମାର ରେ ଥିବା ଏହାର ସାଉଥ୍ କ୍ୟାମ୍ପସ୍ କୁ ସମ୍ପୁର୍ଣ୍ଣ ରୂପେ ସ୍ଥାନାନ୍ତରିତ କରାଯିବାକୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଛି ।