ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଆନନ୍ଦପୁର ସହରସ୍ଥ ଆନନ୍ଦ ଭବନ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଭୂମିକା ଚକ୍ଷୁ ଚିକିତ୍ସାଳୟ ଦ୍ଵାରା ଆନନ୍ଦପୁର ସବଡିଭିଜନ ର ଶତାଧିକ ବରିଷ୍ଠ ଲୋକ ମାନେ ଚକ୍ଷୁ ପରୀକ୍ଷା କରିବା ସହିତ ଅସ୍ତ୍ରୋପଚାର କରିଥିଲେ। ଆନନ୍ଦ
ୁର ବରିଷ୍ଠ ନାଗରିକ ପରିଷଦ ର ସଭାପତି ପ୍ରଫେସର ରମାକାନ୍ତ ନାୟକ କଂ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ଡକ୍ଟର ଗୌର ଗୋପାଳ ପଣ୍ଡା, ସହାୟିକା ସୁଶ୍ରୀ ପଦ୍ମାଲୟା ରାଉତ ଓ ମଧୂସ୍ମିତା ସାହୁ, ରଘୁନାଥ ପଣ୍ଡିତ, ଅଶୋକ କୁମାର ସାହୁ, ମୁରଲିଧର ମିଶ୍ର, ବିପିନୀ ବିହାରୀ ମିଶ୍ର, କିଶୋର ମିଶ୍ର, ରବିନ୍ଦ୍ର କୁମାର ଚାନ୍ଦ, କିର୍ତ୍ତୀନ ସାହୁ, ବିଷ୍ନୁ ବାରିକ, ସୁଦାମ ମଙ୍ଗଲ, ସାବିତ୍ରୀ ଦାସ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ମାନେ ସାମିଲ ହୋଇଥିଲେ।