_Sans_Fallback_fba9a0; font-size: 18px;">ନୂଆଦିଲ୍ଲୀ:
ଆସନ୍ତାକାଲି ଅର୍ଥାତ ଜୁଲାଇ 9 ଭାରତ ବନ୍ଦ ଡକରା ଦିଆଯାଇଛି । ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହିତ 10ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ଏକ ମିଳିତ ମଞ୍ଚ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ ଯୁନିଅନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ଏହି ଆନ୍ଦୋଳନରେ ଔପଚାରିକ ଏବଂ ଅନୌପଚାରିକ ଭାବେ 25 କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ ବୋଲି ଆୟୋଜକ ମଞ୍ଚ ଆଶା ରଖିଛନ୍ତି । ଏପରିକି ଏଥିରେ ଗ୍ରାମାଞ୍ଚଳ କୃଷକ ଏବଂ କୃଷି ଶ୍ରମିକମାନେ ଭାଗ ନେବେ ବୋଲି କୁହାଯାଇଛି ।
ବ୍ୟାଙ୍କ ୟୁନିଅନଗୁଡ଼ିକ ବନ୍ଦ ଯୋଗୁଁ ସେବାରେ କୌଣସି ବାଧା ସୃଷ୍ଟି ହୋଇଥିବା ପୃଥକ ଭାବରେ ନିଶ୍ଚିତ କରିନାହାଁନ୍ତି । କିନ୍ତୁ ଭାରତ ବନ୍ଦ ଆୟୋଜକଙ୍କ ଅନୁଯାୟୀ, ଆର୍ଥିକ ସେବା ପ୍ରଭାବିତ ହେବ । ଏହି ଧର୍ମଘଟରେ ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀମାନେ ସାମିଲ ଅଛନ୍ତି । ଏହା ବିଭିନ୍ନ କ୍ଷେତ୍ରରେ ଶାଖା ସେବା, ଚେକ୍ କ୍ଲିୟରାନ୍ସ ଏବଂ ଗ୍ରାହକ ସହାୟତା ଭଳି ବ୍ୟାଙ୍କିଂ କାର୍ଯ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ବନ୍ଦ ଆୟୋଜକମାନେ କହିଛନ୍ତି ।