ହାଇଦ୍ରାବାଦ: ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିର ଜୁନ୍ 30ରେ ଏହାର ପଶାମିଲାରାମ ପ୍ଲାଣ୍ଟରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡରେ 40 ଜଣ ପ୍ରାଣ ହରାଇଛନ୍ତି। ଏପରିକି ଏହି ଭୟଙ୍କର ଘଟଣାରେ ଅନ୍ୟ 33 ଜଣ ଆହତ ହୋଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି ସିଗାଚି କମ୍ପାନୀ।<

span>

ତେଲଙ୍ଗାନାର ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଫାର୍ମା ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୋଟ୍ 40 ମୃତକଙ୍କ ମଧ୍ୟରେ 4 ଜଣ ଓଡ଼ିଆ ଅଛନ୍ତି। ଏପରିକି 33ରୁ ଅଧିକ ଆହତଙ୍କ ମଧ୍ୟରେ 4 ଜଣ ଓଡ଼ିଆ ଅଛନ୍ତି। 4 ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଛି। ମୃତକମାନେ ହେଲେ, କଟକ ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ୱରର ମନୋଜ ରାଉତ, ଯାଜପୁରର ଦୋଳଗୋବିନ୍ଦ ସାହୁ ଏବଂ ଗଞ୍ଜାମ ଛତ୍ରପୁରର ରାଜନାଲା ଜଗନମୋହନ। ଏପରିକି ଏହି ବିସ୍ଫୋରଣ ଘଟଣାରେ ଆଉ 5 ଓଡ଼ିଆ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି, ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର OSD ପ୍ରୀତିଶ କୁମାର ପଣ୍ଡା।

ସରକାରୀ ସଂଖ୍ୟା ଅନୁସାରେ, ବୁଧବାର ସୁଦ୍ଧା ମୃତକଙ୍କ ସଂଖ୍ୟା 40 ଛୁଇଁଛି। "ଦୁଃଖର ସହିତ ଆମେ ତେଲଙ୍ଗାନାର ପଶାମିଲାରାମରେ ଥିବା ସିଗାଚି ଇଣ୍ଡଷ୍ଟ୍ରିଜ୍ ରେ ଘଟିଥିବା ଦୁର୍ଘଟଣାର ବିବରଣୀ ସେୟାର କରୁଛୁ। ଯାହା ଫଳରେ 40 ଜଣ ମୂଲ୍ୟବାନ ଦଳର ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ 33ରୁ ଅଧିକ ଆହତ ହୋଇଛନ୍ତି," ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।

ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପ୍ରତ୍ୟେକ ମୃତକଙ୍କ ପରିବାରକୁ 1 କୋଟି ଟଙ୍କା ଅନୁକମ୍ପା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି, ଯେତେବେଳେ କି ଆହତମାନେ ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ପୁନର୍ବାସ ସହାୟତା ପାଇବେ," ବୋଲି ଏଥିରେ କୁହାଯାଇଛି।

ସିଗାଚି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଦୁର୍ଘଟଣା ପ୍ଲାଣ୍ଟରେ ରିଆକ୍ଟର ବିସ୍ଫୋରଣ ଯୋଗୁଁ ହୋଇନାହିଁ। କମ୍ପାନୀ କହିଛି ଯେ, ତଦନ୍ତରୁ ସୂଚନା ମିଳିବା ସହିତ ଅପଡେଟ୍ ପଠାଇବା ଜାରି ରଖିବ, ଯେତେବେଳେ କି ପ୍ଲାଣ୍ଟ କାର୍ଯ୍ୟ ପ୍ରାୟ 90 ଦିନ ପାଇଁ ଅସ୍ଥାୟୀ ଭାବେ ସ୍ଥଗିତ ରହିବ।

0 Comments