(ବ୍ୟୁରୋ)ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ଆଜି 50 ବର୍ଷ ପୂରଣ ହୋଇଛି । 1975 ମସିହା ଠିକ ଆଜିରେ ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ଜରୁରୀକାଳୀନ ସ୍ଥିତି ଜାରି କରାଯାଉଥିବା ନେଇ ଘୋଷଣା କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ପୂର୍ବତନ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶବାସୀଙ୍କୁ ଅବଗତ କରାଇଥିଲେ । ଏହା ଶୁଣିବା ପରେ ପୁରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଜୁରୁରୀପରିସ୍ଥିତିକୁ ଆଜି 50 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନର ନୀତିଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଏକାଠି କାମ କରିବାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, " ଆଜି ଭାରତର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟର ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ପଚାଶ ବର୍ଷ ପୂରଣ ହେଉଛି। ଭାରତର ଲୋକମାନେ ଏହି ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ କରୁଛନ୍ତି । ଏହି ଦିନ ସମ୍ବିଧାନ ପାଳନ କରୁଥିବା ମୂଲ୍ୟବୋଧର ଏହା ସମ୍ପୂର୍ଣ୍ଣ ବିପରୀତ ଥିଲା, ମୌଳିକ ଅଧିକାରକୁ ଛଡାଇ ନିଆଯାଇଥିଲା,ପ୍ରେସ୍ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲାଗିଥିଲା। ଅନେକ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ଜେଲରେ ରଖାଯାଇଥିଲା ।"

ଗତ ବର୍ଷ କେନ୍ଦ୍ର ସରକାର ଜରୁରୀକାଳୀନ ପରିସ୍ଥିତି ଦିନକୁ "ସମ୍ବିଧାନ ହତ୍ୟା ଦିବସ" ଭାବରେ ପାଳନ କରାଯିବା ନେଇ ଘୋଷଣା କରାଯାଇଥିଲା । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସମ୍ବିଧାନ ହତ୍ୟା ଦି

ବସ'ପାଳନ କରାଯିବ ବୋଲି ବିଜେପି କହିଥିଲା ।

1966ରେ ପ୍ରଥମ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଇନ୍ଦିରା ଗାନ୍ଧୀ । 1969ରେ ଇନ୍ଦିରା ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳରୁ ବହିଷ୍କୃତ ହୋଇଥିଲେ । ମାତ୍ର ତାଙ୍କ ସହ କଂଗ୍ରେସ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଇନ୍ଦିରାଙ୍କ ସମର୍ଥିତ ଗୋଷ୍ଠୀ କଂଗ୍ରେସ (ଆର) ଭାବରେ ନାମିତ ହେଲା । ଏହି ଗୋଷ୍ଠୀ ହିଁ 1971 ସାଧାରଣ ନିର୍ବାଚନରେ ବିଜୟ ଲାଭ କରି କେନ୍ଦ୍ରରେ ସରକାର ଗଠନ କଲା । ନ୍ଦିରା ଗାନ୍ଧୀ ଉତ୍ତର ପ୍ରଦେଶର ରାଏ-ବରେଲୀରୁ ନିଜ ପ୍ରତିଦ୍ବନ୍ଦ୍ବି ‘ସଂଯୁକ୍ତ ଦେଶ ପାର୍ଟି’ ପ୍ରାର୍ଥୀ ରାଜ ନାୟରାୟଣଙ୍କ ଠାରୁ ବିଜୟୀ ହୋଇଥିଲେ । ସରକାରୀ କଳ ଓ ଅର୍ଥ ଓ କ୍ଷମତାର ଦୂରୁପଯୋଗ ଅଭିଯୋଗ ପରେ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଆହ୍ଲାବାଦ ହାଇକୋର୍ଟ । 6 ବର୍ଷ ଯାଏଁ ଇନ୍ଦିରା ଗାନ୍ଧୀ ନିର୍ବାଚନ ଲଢିବା ଉପରେ ମଧ୍ୟ କୋର୍ଟ କଟକଣା ଜାରି କରିଥିଲେ । କୋର୍ଟଙ୍କ ରାୟ ପରେ ରାମଲୀଳା ମଇଦାନରେ ବିରୋଧୀଙ୍କ ରାଲି ସରକାରକୁ ଅଡୁଆ ଘେରକୁ ଟାଣିଥିଲା । ଯାହା ପରେ ଲାଗୁ ହେଲା ଏମରଜେନ୍ସି ।

1975 ମସିହା ଜୁନ 25 ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଦେଶବାସୀଙ୍କୁ ସମ୍ବୋଧିତ କରି ସାରା ଦେଶରେ ଜରୁରୀ ସ୍ଥିତି ଜାରି କରାଯାଉଥିବା ନେଇ ଘୋଷଣା କରିଥିଲେ । ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକୁରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶବାସୀଙ୍କୁ ଅବଗତ କରାଇଥିଲେ । ଯାହା ଦେଶବାସୀଙ୍କ ମନରେ ଭୟ ଘାରିଥିଲା ।

ଏମରଜେନ୍ସି ଲାଗୁ ପରେ ସ୍ବାଧୀନତା ପରେ ମଧ୍ୟ 1975ରୁ77 ଯାଏଁ 2 ବର୍ଷ ଧରି ମୌଳିକ ଅଧିକାର ହରାଇଥିଲେ ଦେଶବାସୀ । ଜରୁରୀକାଳିନ ସ୍ଥିତି ଲାଗୁ କରିବା ଦ୍ବାରା ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା । ଏମରଜେନ୍ସି ସମୟରେ ବହୁ କ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲା । ଗଣମାଧ୍ୟମ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିବାବେଳେ ନାଗରିକଙ୍କ ସ୍ବାଧୀନତାକୁ ସତେ ଯେମିତି ଏକ ସୀମା ମଧ୍ୟରେ ଆବଦ୍ଧ କଲା ଭଳି ସ୍ଥିତି ଉପୁଜିଥିଲା । ଏଠାରେ 21 ମାସ ଧରି ଚାଲିଥିବା ଜରୁରୀକାଳୀନ ପରିସ୍ଥିତି । ଯାହାକୁ ସ୍ୱାଧୀନ ଭାରତର ଇତିହାସରେ 'ଅନ୍ଧକାର ସମୟ' ବୋଲି ବିବେଚନା କରାଯାଏ।

ଇନ୍ଦିରାଙ୍କ ଶାସନରେ ଦେଶର ବିଭିନ୍ନ କର୍ମଚାରୀ ବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଭିନ୍ନ ଦାବି ନେଇ ସେମାନେ ଦିଲ୍ଲୀ, ପାଟନା ଆଦି ସ୍ଥାନରେ ଆନ୍ଦୋଳନ କେନ୍ଦ୍ର ସରକାର କରୁଥିଲେ । ବିହାରରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ପ୍ରାଦେଶିକ ସରକାରକୁ ଭଙ୍ଗ କରିବା ପାଇଁ ଆନ୍ଦୋଳନ ମୁଣ୍ଡ ଟେକୁଥାଏ । ବିଶେଷ ଭାବେ ଛାତ୍ର ଆନ୍ଦୋଳନ ବିହାରରେ ବ୍ୟାପକ ହେବାରେ ଲାଗିଥିଲା । 1974 ମାର୍ଚ୍ଚ 18 ତାରିଖରେ ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ବିଶିଷ୍ଟ ସମାଜବାଦୀ ନେତା ଜୟ ପ୍ରକାଶ ନାରାୟଣ (ଜେପି) । ବିହାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦିଲ୍ଲୀର କଂଗ୍ରେସ ସରକାର ଗାଦିକୁ ମଧ୍ୟ ଦୋହଲାଇବା ଆରମ୍ଭ କରିଥିଲା । ଜେ.ପି ସମଗ୍ର ଦେଶରେ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନ ଡାକରା ଦେଇଥିଲେ । ଏହା ଥିଲା ସ୍ବାଧୀନ ଭାରତର ସର୍ବବୃହତ୍ତ ଆନ୍ଦୋଳନ । ଯାହା ସିଧାସଳଖ ଇନ୍ଦିରାଙ୍କ ନେତୃତ୍ବ ପ୍ରତି ବିପଦ ସୃଷ୍ଟି କରିଥିଲା । ଗୋଟିଏ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଓ ଜେପିଙ୍କ ବ୍ୟାପକ ଆନ୍ଦୋଳନ କାରଣରୁ ଇନ୍ଦିରା ଭାରତୀୟ ସମ୍ବିଧାନର ଧାରା-352 ର ବ୍ୟବହାର କରିବାକୁ ଏକମାତ୍ର ବିକଳ୍ପ ଭାବେ ଚିନ୍ତା କଲେ ।

0 Comments