ନିମାପଡ଼ା:

le="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;"> ଅଧାରେ ରହିଗଲା କାଳିଆ ଦର୍ଶନ । କେତେ ଆଶା ନେଇ ଆସିଥିଲେ ରଥ ଉପରେ କାଳିଆକୁ ଦେଖିବେ ବୋଲି । ହେଲେ କିଏ ଜାଣିଥିଲା ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ହେବ ବୋଲି । ଓ.ଏସ.ଆର୍.ଟି.ସି ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଚାଲି ଯାଇଛି ତିନି ନିରିହ ଜୀବନ ।

ପିପିଲି ଓଭର ବ୍ରିଜ ବାଇପାସ୍ ନିକଟରେ ଏକ ଓ.ଏସ.ଆର୍.ଟି.ସି ବସ୍ ସ୍କୁଟିକୁ ପଛ ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତିନି ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ସ୍କୁଟି ଯୋଗେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଓ.ଏସ.ଆର୍.ଟି.ସି ବସ୍ ସ୍କୁଟିକୁ ପଛ ପଟୁ ଧକ୍କା ଦେଇଥିଲା । ମୃତ ଯୁବତୀ ମାନେ ହେଲେ ରିମଝିମ୍ ସାହୁ (୨୦), ଏଲିନା ଦାଶ (୨୦) ଏବଂ କାଜଲ ଦାଶ (୨୨) । ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଓଲ୍ଡ ଟାଉନ ଥାନା ଅନ୍ତର୍ଗତ ରଥ ରୋଡ ସ୍ଥିତ ବାରିକ ସାହିର ବାସିନ୍ଦା ଏବଂ ଅନ୍ୟ ଦୁଇ ଜଣ ଘର କେନ୍ଦ୍ରାପଡ଼ା ବୋଲି ଜଣା ପଡିଛି ।

ଦୁର୍ଘଟଣା ଘଟାଇ ଓ.ଏସ.ଆର୍.ଟି.ସି ବସ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହେବାରେ ସଫଳ ହୋଇଛି । ସ୍ଥାନୀୟ ଲୋକେ ବସକୁ ଗୋଡ଼ାଇ ଅଟକାଇବାରେ ବିଫଳ ହୋଇଥିଲେ । ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


0 Comments