ନିମାପଡ଼ା:- ବଳଙ୍ଗା ଥାନାରେ ବିଜେଡି ପକ୍ଷରୁ ହୋହଲ୍ଲା ପଦର୍ଶନ କରାଯାଇଛି । ସେପଟେ ବଳଙ୍ଗା ଥାନା ଆଗରେ ବିଜୁ ଜନତା ଦଳ ପକ୍ଷରୁ ନାରାବାଜି ସହ ଠେଲାପେଲା ହୋଇଛି । ବିଜେଡିର ନେତା ଓ ସମର୍ଥକ ବଳଙ୍ଗା ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି । 24 ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ଅର୍ଥାତ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡିନାହାଁନ୍ତି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ନାବାଳିକାଙ୍କୁ ନ୍ୟାୟ ଦାବି କରିଛି ବିଜେଡି ।
ଭୁବନେଶ୍ୱର ଶଙ୍ଖ ଭବନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । "ଏମ୍ସ କୌଣସି ରା
ନୈତିକ ଆଖଡ଼ା ନୁହେଁ l ପୀଡିତାଙ୍କ ନାଁରେ ପୋଲିସର ଗୁଣ୍ଡାଗିରି କରିଛି l ରଙ୍ଗ ଏତେ ଶୀଘ୍ର ବଦଳି ଗଲା ପୋଲିସଙ୍କର l 163 ଧାରା କାହା ପାଇଁ ଥିଲା l ଶାସକ ଦଳ ବିଧାୟକ ଯିବେ, ବଛାବାଛ ଲୋକ ଯିବେ l ପୋଲିସ କମିଶନରଙ୍କୁ ବାଧିଲା ବୋଧେ ଉପମୁଖ୍ୟମନ୍ତ୍ରୀ ଯାଇ ପରିଲେ ନାହିଁ ଏମ୍ସ l ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ନିୟନ୍ତ୍ରଣ ନାହିଁ l ଅପାରଗତାକୁ ଲୁଚେଇବା ପାଇଁ ପୋଲିସକୁ ବ୍ୟବହାର କରୁଛନ୍ତି l ବିଜେଡି ଐରଲିଫ୍ଟ ପାଇଁ ନିବେଦନ କରିଥିଲୁ l ପୀଡିତା ଆଜି ଐରଲିଫ୍ଟ ହେଇଛି l ମେଡିକାଲ ମିରlକାଲ ହଉ l ଭଗବାନ ସବୁ ଠିକ କାରୀ ଦିଅନ୍ତୁ l ସେ ସୁସ୍ଥ ହେଇ ଫେରି ଆସନ୍ତୁ," କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ନାବାଳିକାଙ୍କ ଅଶୁ ଆରୋଗ୍ୟ କାମନା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ପୁରୀ ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ବିଜେପିର ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛି କଂଗ୍ରେସ ।