nt-family: __Noto_Sans_fba9a0, __Noto_Sans_Fallback_fba9a0;">ପୁରୀ: ପୁରୀରେ ବଡ ଅଘଟଣ ଟଳିଯାଇଛି । ପୁରୀ ପାଟନା ଏକ୍ସପ୍ରେସ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ରେଳୱେ ଟ୍ରାକରେ ଫସି ଥିବା ଏକ ଟ୍ରାକ୍ଟରକୁ ଟ୍ରେନ ଧକ୍କା ଦେଇଥିବା ବେଳେ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ସୂଚନା ଅନୁଯାୟୀ, ଆଜି ପୁରୀର ସାକ୍ଷୀଗୋପାଳର ବୀରାରାମଚନ୍ଦ୍ରପୁର ଠାରେ ଏକ ଟ୍ରାକ୍ଟର ଟ୍ରେନ ଲାଇନକୁ ଆସିଯିବାଫଳରେ ଦୁର୍ଘଟଣାଗ୍ରସ୍ତ ହେଲା ପୁରୀ-ପାଟନା ଏକ୍ସପ୍ରେସ ।

ପୁରୀରୁ ୨ଟା ୫୦ରେ ଛାଡିଥିବା ପୁରୀରୁ ପାଟନା ଅଭିମୁଖେ ଯାଉଥିବା ପୁରୀ ପାଟନା ଏକ୍ସପ୍ରେସ ବୀରାରାମଚନ୍ଦ୍ରପୁରୁ ଠାରେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟର ଚାଳକ ଟ୍ରେନ ଆସୁଥିବା ଦେଖି ଓହ୍ଳାଇ ଆସିଥିଲା କିନ୍ତୁ ଟ୍ରାକ୍ଟରକୁ କାଢି ପାରିନଥିଲା । ଫଳରେ ଟ୍ରେନ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଥିଲା । ତେବେ ଟ୍ରାକ୍ଟର ଡ୍ରାଇଭର ଗାଡ଼ି ଛାଡ଼ି ପଳାଇଥିବାରୁ ଡ୍ରାଇଭର ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ଆଜି ଅପରାହ୍ନ ୩ଟା ୩୦ରେ ଦୁର୍ଘଟଣା ହୋଇଥିଲା । ଟ୍ରେନ ଅଟକି ରହିଥିଲା ଟ୍ରାକ ମରାମତି କରାଯିବା ପରେ ସେହି ଲାଇନରେ ଚଳାଚଳ ସ୍ଵାଭାବିକ ହୋଇଛି ବୋଲି ସୂଚନା ମିଳିଛି ।


0 Comments