ପୁରୀ: ରଥଯାତ୍ରାରେ ସାମିଲ ହେଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଜି(ଶନିବାର) ପୁରୀ ଗସ୍ତରେ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସପରିବାର ଆସି ଦର୍ଶନ କରିଛନ୍ତି । ଏହି ଅବସର ଇସ୍କନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରସାଦ ସେବାରେ ନିଜକୁ ସାମିଲ କରିଥିଲେ । ରଥଯାତ୍ରାରେ ଏହି ସୁଯୋଗ ମିଳିବା ବେଶ ସୌଭାଗ୍ୟର ବିଷୟ ବୋଲି ନିଜ ସୋସିଆଲ ମିଡିଆ Xରେ ସେୟାର କରିଛନ୍ତି ।
ଚଳିତ ରଥଯାତ୍ରାରେ ନିଜକୁ ସାମିଲ କରିଛନ୍ତି ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ । ଆଜି ପୁରୀ ଗସ୍ତରେ ଆସି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେ ତାଙ୍କ ପରିବାର ଆସି ଦର୍ଶନ କରିଛନ୍ତି । ଏହି ଅବସର ଇସ୍କନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରସାଦ ସେବାରେ ନିଜକୁ ସାମିଲ କରିଥିଲେ । ଚଳିତ ରଥଯାତ୍ରା ପ୍ରତ୍ୟେକ ଭକ୍ତକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଭକ୍ତଙ୍କ ସେବାରେ ସାମିଲ ହୋଇଛି ଆଦାନୀ ପରିବାର ।
ପୂଣ୍ୟ ଭୂମି ପୁରୀରେ ଭକ୍ତଙ୍କ ସେବା କରିବାରେ ଯୋଡ଼ି ହେବା ଏକ ସୌଭାଗ୍ୟର ବିଷୟ ବୋଲି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଗୌତମ ଆଦାନୀ କହିଛ
ନ୍ତି । ମହାକୁମ୍ଭ ମେଳାରେ ଭକ୍ତଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଇ ଭକ୍ତଙ୍କ ସେବାରେ ପ୍ରୟାସ କରିଥିଲା ଆଦାନୀ ପରିବାର । ତେବେ ମହାପ୍ରଭୁଙ୍କ ରଥଯାତ୍ରାରେ ଏହି ସୁଯୋଗ ମିଳିବା ବେଶ ସୌଭାଗ୍ୟର ବିଷୟ ବୋଲି ଗୌତମ ଆଦାନୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ କହିଛନ୍ତି ।
ଶିଳ୍ପପତି ଗୌତମ ଆଦାନୀ ପ୍ରତିକ୍ରିୟାରେ କହିଛନ୍ତି, ‘ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଲୋକଙ୍କ ନିକଟକୁ ଆସିଛନ୍ତି । ଏହା ପ୍ରମାଣିତ କରୁଛି ଅହଙ୍କାର ଆଗରେ ନମ୍ରତାର ବେଶ୍ ଗୁରୁତ୍ଵ ରହିଛି । ମହାପ୍ରଭୁଙ୍କ ଚରଣକୁ ଆସିବାର ମୋର ସୌଭାଗ୍ୟ ମିଳିଲା । ଏହି ମୁହୂର୍ତ୍ତ ମୋ ସାରା ଜୀବନ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ । ମୋ ପାଖରେ ଦିନ ଥିଲା କିଛି ନ ଥିଲା । ହେଲେ ଲୋକ ଙ୍କ କୃପା ଓ ମହାପ୍ରଭୁ ଙ୍କ ଆଶୀର୍ବାଦ ଯୋଗୁ ଏବେ ମୋ ପାଖରେ ସବୁ କିଛି ଅଛି । ଦେଶର ଉନ୍ନତି ଓ ଓଡ଼ିଶାର ସମୃଦ୍ଧି ନେଇ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି । ମହାକୁମ୍ଭରେ ମୁଁ ପ୍ରଥମେ ଲୋକଙ୍କ ସେବା ପାଇଁ ପ୍ରୟାସ ଆରମ୍ଭ କରିଥିଲି । ତେବେ ଆଗାମୀ ଦିନରେ କିଭଳି ଏହି ସେବା ଜାରି ରହିବ ସେ ନେଇ ମୁଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇଛି । ରଥଯାତ୍ରାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ସଫେଇ କର୍ମଚାରୀଙ୍କ ସହ ଅନେକ ଅନୁଷ୍ଠାନ ଲାଗିଛନ୍ତି । ମୁଁ ତାଙ୍କୁ ଅଭିବାଦନ କରୁଛି ।’