ପୁରୀ:&nbs

p;ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ବ୍ରହ୍ମାଣ୍ଡ ଗୋସାଇଁ । ଜନ୍ମବେଦୀରେ ସରିଆସୁଛି ମହାପ୍ରଭୁ ଲୀଳାଖେଳା । ରାତି ପାହିଲେ ବାହୁଡା ଯାତ୍ରା । ଭାଇଭଉଣୀକୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ । ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ଏପଟେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପୁରୀରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସେପଟେ ବାହୁଡା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା । ଆଜି ଶ୍ରୀଜିଉ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଶେଷ ଦର୍ଶନ ଦେଉଛନ୍ତି । ପୁଣି ଆସନ୍ତାବର୍ଷ ରଥଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ ଭକ୍ତଙ୍କୁ । ଶୃଙ୍ଖଳିତ ଦର୍ଶନ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ନାକଚଣା ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରୁଛନ୍ତି ।

ଆସନ୍ତାକାଲି(ଜୁଲାଇ 5) ବାହୁଡା଼ ଯାତ୍ରା ଥିବାରୁ ପ୍ରସ୍ତୁତି ପାଇଁ ଆଜି(ଶୁକ୍ରବାର) ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସମୟ ଅବଧି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି । ଏହା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରାଯିବ ।

0 Comments