ଦାବାଦ:
ଗୁଜୁରାଟ ଅହମ୍ମଦାବାଦ ଏୟାରପୋର୍ଟରେ ବଡ଼ ଦୁର୍ଘଟଣା । ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡାଣ ଭରୁଥିବା ବେଳେ ବିମାନଟି ଏୟାରପୋର୍ଟ ନିକଟରେ ଥିବା ମେଘାନି ନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ 242 ଜଣ ଥିଲେ । ଦୁର୍ଘଟଣା ପରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଛି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିଲା ।
ଏୟାର ଇଣ୍ଡିଆର AI171 ବିମାନଟି ଟେକଅଫ୍ କରୁଥିବା ବେଳେ କ୍ରାସ ହୋଇଯାଇଛି । ଯେଉଁଥିରେ 2 ଜଣ ପାଇଲଟ ଓ 10 କ୍ୟାବିନ କ୍ରୁଉ ସଦସ୍ୟଙ୍କୁ ମିଶାଇ ମୋଟ 242 ଜଣ ଥିଲେ ।
ଭୟଙ୍କର ଦୁର୍ଘଟଣା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଚଳାଚଳ ବାତିଲ କରାଯାଇଛି । ଏୟାରପୋର୍ଟରେ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେସାମରିକ ବିମାନ ଚଳଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ସହ କଥା ହୋଇଛନ୍ତି । ଘଟଣାସ୍ଥଳକୁ ଯାଇ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟ ତଦାରକ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ । ତୁରନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।