ଭୁବନେଶ୍ବର: ଯାଜପୁରରେ ଅଣାୟତ୍ତ ହେଉଛି ଝାଡାବାନ୍ତି। ବର୍ତ୍ତମାନ ସୁଦ୍ଧା ୨୪୫ ଜଣ ରୋଗୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏନେଇ ଜିଲ୍ଲାସ୍ତରୀୟ ଟିମ, ରାଜ୍ୟ ସ୍ତରୀୟ ଟିମ, ଜନସ୍ୱାସ୍ଥ୍ୟ ଟିମ, କେନ୍ଦ୍ରୀୟ ଟିମ, WHO ଓ ICMR ଟିମ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଯେଉଁ ୪ ଜଣଙ୍କ ମୃତ୍ୟୁ ରିପୋର୍ଟ କରିଛି ପ୍ରଶାସନ । ତାହାର ଚୂଡାନ୍ତ ରିପୋର୍ଟ ଜନସ୍ୱାସ୍ଥ୍ୟ ବିଭାଗ ପାଖକୁ ଆସିନି। ରିପୋର୍ଟ ଆସିବା ପରେ ସବୁ ଦିଗକୁ ଯାଞ୍ଚ କରି ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ‘‘ଆମ ଟିମ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରି ଆଣିଛନ୍ତି । ଟେଷ୍ଟିଂ ଚାଲିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କିଛି ଅଞ୍ଚଳରେ ଭୋଜି ଯୋଗୁଁ ଏପରି ପରିସ୍ଥିତି ହୋଇଛି । କିନ୍ତୁ ଅନ୍ୟ ଜାଗାରେ ଅନ୍ୟ କାରଣ ପାଇଁ ବ୍ୟାପିଛି । କେବଳ ପାଣି ନୁହେଁ ଅନ୍ୟ ଦିଗ ଉପରେ ତଦନ୍ତ କରାଯାଉଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ମୃତକଙ୍କ ମଧ୍ୟରେ ଜଣେ ହୃଦଘାତ ସମସ୍ୟା ଥିବାରୁ ପ୍ରାଣ ହରାଇଛନ୍ତି । 30 ରୁ 40 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏଣୁ ଝାଡାବାନ୍ତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ସହ ଓଆରଏସ ପିଅନ୍ତୁ’’ ।

ରାସ

୍ତା କଡ ଖାଦ୍ୟର ଯାଞ୍ଚ କରୁଛି ଖାଦ୍ୟ ନିରାପତ୍ତା ବିଭାଗ। ପାଣି, ଖାଦ୍ୟ ସହ ଘର ଘର ବୁଲି କବାଟ ବାଡେଇ ଝାଡା ବାନ୍ତି ରୋଗୀଙ୍କୁ ଚି଼ହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ORS ବଣ୍ଟା ଯାଉଛି। ସମସ୍ତଙ୍କ ତଥ୍ୟ ଦେବାକୁ କୁହାଯାଇଛି ।

ବିଶେଷ ଭାବରେ ଯାଜପୁର ଜିଲ୍ଲାର କୋରେଇ, ଦାନଗଦି, ଯାଜପୁର, ଧର୍ମଶାଳା, ରସୁଲପୁର ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିବାରୁ ରୋଗୀମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏହା ସହିତ କଟକ ଏସସିବି ମେଡ଼ିକାଲକୁ ମଧ୍ୟ କିଛି ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ଧର୍ମଶାଳା ଓ ଯାଜପୁର ମେଡିକାଲ କଲେଜ ହସ୍ପିଟାଲରେ ୧୦୦ ଲେଖାଏଁ ବେଡ଼ ଥିବାବେଳେ ଏହାକୁ ୨୦୦ କୁ ବୃଦ୍ଧି କରାଯାଇଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ 500ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଲେଣି । 50ରୁ ଉର୍ଦ୍ଧ୍ବ କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର ହେଲେଣି । ଗତକାଲି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି 2 ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ଏଯାଏଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନି । ଆକ୍ରାନ୍ତମାନେ ଭର୍ତ୍ତି ହୋଇଥିବା ମେଡ଼ିକାଲକୁ ସ୍ବାସ୍ଥ୍ୟ ଟିମ୍, ଅନୁଧ୍ୟାନକାରୀ ଦଳ, ନିର୍ଦ୍ଦେଶକ, ପ୍ରଶାସକ, ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସୁଅ ମଧ୍ୟ ଛୁଟୁଛି । ଯାଜପୁର ରୋଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କେନ୍ଦ୍ରାଞ୍ଚଳ ଆରଡିସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି l

0 Comments