କେନ୍ଦୁଝର,:ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀକୁ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉଦଘାଟିତ କରି ନିଜ ଅଭିଭାଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ରାଜ୍ୟ ସରକାର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ପୂରଣ କରିଥିବା କହିଥିଲେ ।ଆହୁରିମଧ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି । ଆମର ସବୁ ଉଦ୍ୟମରେ ସେ ଆମ ପାଖକୁଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି ।
ବିଶ୍ଵ ବ୍ୟାଙ୍କର ସଦ୍ୟତମ ରିପୋର୍ଟ ଅନୁସାରେ ୧୩ ବର୍ଷ ମଧ୍ୟରେଦେଶରେ ଅତ୍ୟଧିକ ଦାରିଦ୍ର୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା୨୭.୧ ପ୍ରତିଶତ ରୁ ୫.୩ ପ୍ରତିଶତକୁ ହ୍ରାସ ପାଇଛି ଅର୍ଥାତ ଏହି ସମୟଭିତରେ ପ୍ରାୟ ୨୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟତାରୁ ମୁକ୍ତ ହୋଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିଜସ୍ଵ ଜିଲ୍ଲା କେନ୍ଦୁଝର । ଏଠାରେ ମେଗା ଷ୍ଟିଲପ୍ଲାଣ୍ଟଠାରୁ ଆରମ୍ଭ କରି ପର୍ଯ୍ୟଟନରବିକାଶ, ତାରିଣୀ ମନ୍ଦିର ଉନ୍ନତୀକରଣଠାରୁ ଷ୍ଟାଡ଼ିୟମ ନିର୍ମାଣ ପର୍ଯ୍ୟନ୍ତଏକାଧିକ ପ୍ରକଳ୍ପ ସଫଳ ରୂପାୟନ ନେଇ କାର୍ଯ୍ୟାନୟ୍ଵନ ଆରମ୍ଭହୋଇଯାଇଛି । ବିଧାୟକ ଥିବା ବେଳେ ଯେଉଁ ପ୍ରକଳ୍ପ ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ, ଏବେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବା ପରେ ଏକାଧିକ ପ୍ରକଳ୍ପକୁ ଅର୍ଥ ମଞ୍ଜୁର କରିଛନ୍ତି । ଶିଳ୍ପଠାରୁ ଆରମ୍ଭ କରିପର୍ଯ୍ୟଟନ, କ୍ରୀଡ଼ା, ତୀର୍ଥକ୍ଷେତ୍ର, ଶିକ୍ଷା, ସ୍ଵାସ୍ଥ୍ୟକ୍ଷେତ୍ରରେ ଏକାଧିକପ୍ରକଳ୍ପ ପାଇଁ ଯେଉଁସବୁ ପ୍ରତିଶ୍ରୁତି ଥିଲା, ତାହା ପୂରଣ କରିଛନ୍ତି ରାଜ୍ୟସରକାର ।
ବିଧାୟକ ଥିବାବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀ ଏନେଇ ଦାବି ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କର ପ୍ରଥମ କାମ ଥିଲା କେନ୍ଦୁଝରରେ ମେଗା ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା କରିବା
। ଏଥିପାଇଁ ଉତ୍କର୍ଷ ଓଡ଼ିଶାକନକ୍ଲେଭରେ ୧୩ ଟି କମ୍ପାନି ସହିତ ଚୁକ୍ତି କରିଛନ୍ତି ସରକାର । ଏସବୁ କାରଖାନା ପ୍ରତିଷ୍ଠା ହେବା ପରେ କେନ୍ଦୁଝର ଏକ ଶିଳ୍ପ ହବ୍ ଭାବେ ପରିଚୟ ହାସଲ କରିବ ।
ଭାରତର କ୍ରୀଡା କେନ୍ଦ୍ର ପାଲଟିବ କେନ୍ଦୁଝର । ଫୁଟବଲ୍ ଠାରୁଆରମ୍ଭ କରି କ୍ରିକେଟ, ହକି, ତୀରନ୍ଦାଜ, ସନ୍ଥରଣ, ହ୍ୟାଣ୍ଡବଲ୍ ପାଇଁକେନ୍ଦୁଝରରେ ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ ଚାଲିଛି । କିଛିବର୍ଷ ଭିତରେଏଠାରୁ ପ୍ରତିଭାବାନ୍ କ୍ରୀଡାବିତ୍ ବାହାରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କେନ୍ଦୁଝର ଏବଂ ଓଡ଼ିଶା ପାଇଁ ଗୌରବ ଆଣିବେ । ଏଥିପାଇଁ କେନ୍ଦୁଝରର ରାଙ୍କିଠାରେ ଏକ ଇଣ୍ଟିଗ୍ରେଟେଡ୍ ସ୍ପୋର୍ଟ୍ସ କମ୍ପେକ୍ସ ନିର୍ମାଣ ହେବ । ଏଠାରେ ଫୁଟବଲ୍ ଏକାଡେମୀ ସମେତ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ହେବ । ସେହିପରି କେନ୍ଦୁଝରରୁ ଦେଶର ବିଭିନ୍ନ ସ୍ଥାନକୁ ଉଡ଼ିବ ବିମାନ । ରାଇସୁଆଁ ଏୟାରଷ୍ଚ୍ରିପ୍ କୁ ୨-ବିବର୍ଗର ଏୟାରଷ୍ଟ୍ରିପରେ ପରିଣତ କରାଯିବା ପରେ ମୁମ୍ବାଇ, ଦିଲ୍ଲୀସମେତ ବଡ଼ବଡ଼ ସହରକୁ ଏଠାରୁ ସିଧାସଳଖ ବିମାନ ସେବା ମିଳିବ। ଏଥିପାଇଁ ରାଜ୍ୟ ସରକାର ୧୦୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକ, ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚଡି, ଆଇଏଏସ ପ୍ରୋବେସନର ପବନ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ। ପରିଶେଷରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣ୍ଡଲାଭ ପ୍ରଦାନ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।
ସୂଚନାଯୋଗ୍ୟ ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୭୨ ଗୋଟି ଷ୍ଟଲ ଖୋଲାଯାଇଛି। ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ରବ୍ୟ ବିକ୍ରି ସହିତ ବିଭିନ୍ନ ବିଭାଗର ଷ୍ଟଲ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମ୍ବନ୍ଧିତ ସୂଚନା ପ୍ରଦାନ କରାଯାଉଛି।