ଭୁବନେଶ୍ୱର: ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ତରଫରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରି ସଫଳତାକୁ ବଖାଣିବାକୁ ପ୍ରସ୍ତୁତ ହେଉଛି । ଏହାର ଜବାବରେ ବିଜୁ ଜନତା ଦଳ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ଅଣ୍ଟା ଭିଡିଲେଣି ।

ବିଜେପି ସରକାର ବର୍ଷକ ମଧ୍ୟରେ ମହିଳା, ଯୁବକ ଓ ଛାତ୍ରଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରକୁ ବିରୋଧ କରି ବିଜେଡି ତରଫରୁ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ଆସନ୍ତା ୧୩ ତାରିଖରେ ଯାଜପୁରରେ ମହିଳା ଓ ଆସନ୍ତା ୧୮ ତାରିଖରେ ପୁରୀରେ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକ ଓ ଦଳର ଉପସଭାପତି ସଞ୍ଜୟ ଦାସବର୍ମା, ମହିଳା, ଯୁବ ଛାତ୍ରଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି । 

radient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ପ୍ରମିଳା କହିଛନ୍ତି, "ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଜୁ ପଟ୍ଟନାୟକ ପ୍ରଥମେ ପଞ୍ଚାୟତ ସ୍ତରରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ବିଜୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଏହି ସଂରକ୍ଷଣକୁ ୫୦ ପ୍ରତିଶତକୁ ବଢ଼ାଇଥିଲେ । ଏହା ଛଡା ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ପାଇଁ ମିଶନ ଶକ୍ତି ଆରମ୍ଭ କରିଥିଲେ । ଯାହା ମାଧ୍ୟମରେ ରାଜ୍ୟର ପ୍ରାୟ ୭୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ସ୍ୱାବଲମ୍ୱୀ ହୋଇ ପାରିଥିଲେ । ଏହା ମାଧ୍ୟମରେ ବିନା ସୁଧରେ ଦୀର୍ଘ ମିଆଦି ଋଣ ପ୍ରଦାନର ସୁବିଧା କରିବା ସହିତ ରାଜ୍ୟ ସରକାରଙ୍କ ୨୦ଟି ବିଭାଗରେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାର ସୁଯୋଗ ଦେଇଥିଲେ ।’

ଏହା ବ୍ୟତୀତ ବିଜେପି ସରକାରଙ୍କ ଲକ୍ଷପତି ଦିଦି ସୃଷ୍ଟି କରିବାରେ ରେକର୍ଡ କରିବା ଏକ ହାସ୍ୟାସ୍ପଦ କଥା । ପ୍ରକୃତରେ, ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ମହିଳା ମାନଙ୍କୁ ଲକ୍ଷପତି ଦିଦି ଭାବେ ଦେଖାଇ ବିଜେପି ବାଃ ବାଃ ନେବାକୁ ବୃଥା ଚେଷ୍ଟା କରୁଛି । ତେଣୁ ମହିଳାଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବିରୋଧରେ ଆସନ୍ତା ୧୩ ତାରିଖରେ ଯାଜପୁରରେ ଏକ ବିରାଟ ମହିଳା ସମ୍ମିଳନୀ କରାଯିବ ବୋଲି ବିଜେଡି କହିଛି ।

ସେହିପରି ସଞ୍ଜୟ ଦାସବର୍ମା କହିଛନ୍ତି, "କୌଣସି ରାଜ୍ୟ ବା ଦେଶର ଭବିଷ୍ୟତ ନିର୍ମାଣରେ ଯୁବକ ଓ ଛାତ୍ର ମାନଙ୍କର ବିକାଶ ବିନା ସମ୍ଭବ ନୁହେଁ । ଏକ ବର୍ଷର ବିଜେପି ସରକାର, ରାଜ୍ୟରେ ଯୁବ ଓ ଛାତ୍ରଙ୍କୁ ଦେଇଥିବା ପ୍ରତିଶୃତି ପୂରଣରେ ବିଫଳ ହେବା ସହିତ ଯୁବକ ଓ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟର ୧.୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ବିଜେପିର ପ୍ରତିଶୃତି ପାଣିର ଗାର ପାଲଟିଛି ।

ଅପର ପକ୍ଷରେ, ଉଚ୍ଚ ଶିକ୍ଷା ପାଇଁ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଦାନ କରା ଯାଉଥିବା ନୂଆ ଓ ଛାତ୍ରବୃତିକୁ ମଧ୍ୟ ରାଜ୍ୟ ବିଜେପି ସରକାର ବାତିଲ କରି ଦେଇଛନ୍ତି । ରାଜ୍ୟର ଯୁବ ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିରାଟ ସମ୍ମିଳନୀ ଆସନ୍ତା ୧୮ ତାରିଖରେ ପୁରୀରେ ଅନୁଷ୍ଠିତ ହେବ ।

0 Comments