ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ଆତଙ୍କ ଥମିନଥିବା ବେଳେ ଚିହ୍ନଟ ହୋଇଛନ୍ତି ହଇଜା (କଲେରା) ଆକ୍ରାନ୍ତ । 41 ନମୂନାରୁ ପରୀକ୍ଷା ହେବାକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 8ଟି କଲେରା ପଜିଟିଭ ରିପୋର୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେପଟେ ଯାଜପୁରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତାକାଲି ଯାଜପୁର ଯିବେ କେନ୍ଦ୍ରର 14 ଜଣିଆ ଟିମ୍‌ ।

ଚାରି ଜିଲ୍ଲାକୁ ବ୍ୟାପିଲା ଝାଡାବାନ୍ତି(Diarrhea)

ୋଗ । ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ ଖେଳିଯାଇଛି । କଟକ ସଦରର ଝିଙ୍କିରିଆ ଗ୍ରାମ ପଞ୍ଚାୟତରେ ବି କିଛି ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧିନ ରହିଛି । 41ଟି ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିରୁ 8ଟି କଲେରା ନମୂନା ପଜିଟିଭ ଆସିଛି । ଆଜି କେନ୍ଦ୍ରରୁ 14 ଜଣିଆ ଟିମ ଆସି ଆସନ୍ତାକାଲି (ରବିବାର) ଘଟଣାସ୍ଥଳ ପରିଦର୍ଶନ କରିବେ । ସେମାନଙ୍କ ମଧ୍ୟରେ ICMR, NCDC, WHO, ଖାଦ୍ୟ ନିରାପତ୍ତା ସଦସ୍ୟ ରହିବେ । ସେହିପରି ଆସନ୍ତାକାଲି(ଜୁନ 15) ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଘଟଣା ସ୍ଥଳକୁ ଯିବେ । ଯାଜପୁରରେ ଝାଡାବାନ୍ତିରେ ଯେଉଁ 5 ଜଣଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସଂଗୃହୀତ ନମୁନାରୁ ବିଷାକ୍ତ ଜଳର ପ୍ରମାଣ ମିଳିଛି । ସେହିପରି ଖାଦ୍ୟ ବି ବିଷାକ୍ତ ଥିଲା । ଯାହା ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ । ଗତକାଲି(ଶୁକ୍ରବାର) ନିଜେ ପଞ୍ଚାୟତରାଜ ସଚିବ ଘଟଣା ସ୍ଥଳରେ ସମୀକ୍ଷା କରିଥିଲେ ।

ଯାଜପୁରରେ କୋଲେରା ରୋଗୀ ଚିହ୍ନଟ ହେବା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦି ବୃନ୍ଦା । ଏବେବି ଜିଲ୍ଲାରେ 220ରୁ ଊର୍ଦ୍ଧ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଜପୁର ଗସ୍ତ କରି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ମିଶନ ଡାଇରେକ୍ଟର ଏନ.ଏଚ.ଏମ ଡ଼ି ବୃନ୍ଦା, ସ୍ପେଶାଲ ସେକ୍ଟଟାରୀ ଡ଼ଃ ବିଜୟ ମହାପାତ୍ର, ଆଡ଼ିସନାଲ ଡି.ଏମ.ଇଟି ପ୍ରଫେସର W.H.Oର ପ୍ରତିନିଧି ମିଳିତ ଯାଜପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି l

ବିଶେଷ କରି ଯେଉଁସବୁ ଅଞ୍ଚଳରୁ ମାମଲା ଆସୁଛି, ଯାଜପୁର ରୋଡ, ଦାନଗଦି, ଧର୍ମଶାଳା, କୋରେଇ ଏସବୁ ଅଞ୍ଚଳରେ ସତର୍କ ବ୍ୟବସ୍ଥା କରାଯାଇଛି । ରୋଗୀ ଆସିବା ଏବେ କମିଛି । ଗତକାଲି ସୁଦ୍ଧା 276 ରୋଗୀ ଥିଲେ ଆଜି ଅଛନ୍ତି 172 । ପୂରା ଜିଲ୍ଲାରେ ଲୋକଙ୍କୁ ଏଥିପାଇଁ ସଚେତନତା ବାର୍ତ୍ତା ପଠାଯାଉଛି । ବାହାରେ କୌଣସି ଖାଦ୍ୟ ନଖାଇବାକୁ ସଚେତନା କରାଯାଉଛି ।


0 Comments