ଯାଜପୁର: ଛୁଟି ପାଲଟିଲା ଟ୍ରାଜେଡି । ସିକ୍କିମ ତିସ୍ତା ନଦୀ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ନିଖୋଜ ହୋଇଯାଇଛନ୍ତି । ପୋଲିସ

ସୂଚନା ଅନୁସାରେ, 11 ଜଣ ଗାଡିରେ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି 2 ଜଣ ଗୁରୁତର ରହିଥିବା ବେଳେ 8 ନିଖୋଜ ଅଛନ୍ତି । ଏହି ଗାଡିରେ 6 ଜଣ ଓଡ଼ିଆ ଥିଲେ । ତେବେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗତକାଲି(29 ମେ’) ରାତିରେ ସିକ୍କିମର ମାଙ୍ଗନ ଜିଲ୍ଲାର ଚୁବୋମ୍ବୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପର୍ଯ୍ୟଟକଙ୍କୁ ନେଇ ଲାଚେନରୁ ଲାଚୁଙ୍ଗ ଯାଉଥିବା ଏକ ଟୁରିଷ୍ଟ ଗାଡି ଭାରସାମ୍ୟ ହରାଇ ତିସ୍ତା ନଦୀକୁ ଖସି ପଡିଥିଲା । ଏହି ଗାଡିରେ ଓଡ଼ିଶା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି ଓ 8 ଜଣ ନିଖୋଜ ଅଛନ୍ତି ।

ଏହି ଦୁର୍ଘଟଣା ଖବର ପହଞ୍ଚିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ରେସକ୍ୟୁ ଅପରେସନରେ ମାଙ୍ଗନ ଏସପି, ପୋଲିସ, ଆଇଟିବିପି, ଏନଡିଆରଏଫ ସାମିଲ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଯାଜପୁର ବ୍ୟାସନଗର ପୌରପରିଷଦର ଉମାପଦା ଗାଁର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ତାଙ୍କ ପରିବାର ଗତ ମେ’ 25ରେ ପ୍ରଥମେ ଭାଇଜାଗ ଯାଇଥିଲେ । ସେଠାରୁ ସିକ୍କିମ ଯାଇଥିଲେ ବୁଲିବାକୁ । ସେପଟେ ଏହି ଦୁର୍ଘଟଣା ଖବର ପାଇବା ପରେ କୋରେଇ ବିଧାୟକ ଆକାଶ ଦାସନାୟକ ସମସ୍ତ କିଭଳି ସୁରକ୍ଷିତ ଆସିବେ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ, କେନ୍ଦ୍ରା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ସହିତ ଆଲୋଚନା କରିଥିବା କରିଥିବା କହିଛନ୍ତି l ଏଥିସହିତ ସିକିମ ସରକାରଙ୍କୁ ଉଦ୍ଧାର କରିବା ପାଇଁ ବିଧାୟକ ନିବେଦନ କରିଛନ୍ତି l

0 Comments