ମଉଳିଲା ଛାତ୍ର ସଂସଦ ନିର୍ବାଚନ ଉତ୍ସାହ । ଏ ବର୍ଷ ନୁହେଁ ଆସନ୍ତାବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ । ସମୟ ଅଭାବରୁ ଚଳିତ ବର୍ଷ ହୋଇପାରିବନି ଛାତ୍ର ସଂସଦ ନିର୍ବାଚନ । ଆଜି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର 45 ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

କଲେଜ ନିର୍ବାଚନକୁ ନେଇ ପତିକ୍ରିୟା ଦେଇ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଆସନ୍ତା ବର୍ଷ ଠାରୁ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ। ସେପ୍ଟେମ୍ବର ମାସରେ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ହେଲେ ନୂଆ ସରକାର ଗଠନ ହେବା ପରଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇପ

ାରିନାହିଁ । ଛାତ୍ର ସଂସଦ ନିର୍ବାଚନ ପାଇଁ ଏନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ । ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ ସେ ନେଇ ନିଷ୍ପତ୍ତି ହୋଇସାରିଛି ।’

ଦୀର୍ଘ 6 ବର୍ଷ ହେବ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଚଳିତ ବର୍ଷ ସରକାର ବଦଳିବା ପରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଛାତ୍ରଛାତ୍ରଙ୍କ ମଧ୍ୟରେ ଆଶାର ଦ୍ବୀପ ଜଳିଥିଲା । ଆଉ ଛାତ୍ରଛାତ୍ରୀଙ୍କ ଏହି ଆଶାରେ ଘିଅ ଢାଳିଥିଲା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ । ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଗତ ଜୁନରେ ମନ୍ତ୍ରୀ କହିଥିଲେ କି, ଛାତ୍ର ସଂସଦ ନିର୍ବାଚନ ନେଇ ବିଚାର ବିମର୍ଶ ଚାଲିଛି । ସରକାର ଯାହାବି ନିଷ୍ପତ୍ତି ନେବେ ଛାତ୍ର ସମାଜର ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ । ଛାତ୍ର ସଂଗଠନର ଦାବି ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ମନ୍ତ୍ରୀ । ହେଲେ ଯଥେଷ୍ଟ ସମୟ ନଥିବାରୁ ଏ ବର୍ଷ ନୁହେଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି ଆଜି କହିଛନ୍ତି ଆଇନ ମନ୍ତ୍ରୀ ।

0 Comments