ପାଟଣା:-କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାୱାର ଟିଲର ଲଙ୍ଗଳରେ ଗୋଡ ଫସି ଚାଳକ ଗୁରୁତର ହୋଇଛି। ଗୁରୁତର ପାଓ୍ବାରଟିଲର ଚାଳକ ଜଣକ ହେଉଛନ୍ତି ପାଟଣା ବ୍ଲକ ନୂଆପଡ଼ା ତଳସାହିର ବିଦେଶୀ ନାଏକଙ୍କ ପୁଅ ବାଦଲ ବୋଲି ଜଣାପଡିଛି। ବାଦଲ ଆଜି ଧାନବେଣୀ ଗ୍ରାମର ଦେବାଶିଷ ମହାନ୍ତଙ୍କ ବିଲରେ ପାଓ୍ବାରଟିଲର ସାହାଯ୍ୟରେ ହଳ କରିଥିବା ସମୟରେ ସାବଧାନତା ଯୋଗୁଁ ଲଙ୍ଗଳରେ ଗୋଡ଼ ଫସି ଯାଇ
ତାଙ୍କୁ କିଛି ବାଟ ଘୋଷାଡ଼ି ନେବା ସହ ଗୋଡ଼ରେ ଲଙ୍ଗଳ ଫାଳ ଫସି ରହିଥିଲା। ଏନେଇ ଘର ଲୋକେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। କେନ୍ଦୁଝର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗୁରୁତର ଅବସ୍ଥା ସ୍ଥିରଥିବା ଜଣାପଡିଛି।