(ବ୍ୟୁରୋ )ପୁଣି ଥରେ ବର୍ଷକର ବିରତି ପରେ ଧରା ପୃଷ୍ଟରେ ଆସି ପହଞ୍ଚିଛି ଆନନ୍ଦ ଓ ଉଲ୍ଲାସର ପର୍ବ ରଜ । ମା, ମାଟି ଓ ନାରୀତ୍ୱର ପର୍ବ ଅଟେ ରଜ ପର୍ବ । ଉତ୍ତପ୍ତ ନିଦାଘ ପରେ ମୌସୁମୀର ଆଗମନ ସମୟରେ ଏହି ପର୍ବର ପାଳନ କରାଯାଇଥାଏ ।

ରଜ ଓଡିଶାର ଏକ ପାରମ୍ପାରିକ ତଥା ଗଣପର୍ବ ଅଟେ । ସମଗ୍ର ଓଡିଶାରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଭିଏଁ ଏହି ପର୍ବକୁ ଖୁବ ଆନନ୍ଦୋଲ୍ଲାସରେ ପାଳିଥାନ୍ତି । ତିନିଦିନ ଧରି ଏହି ପର୍ବକୁ ଝିଅ, ବୋହୁ ଓ ନାରୀ ମାନେ ଖୁବ୍ ଉତ୍ସାହ ସହକାରେ ପାଳନ କରିଥାନ୍ତି । ରଜ ମଧ୍ୟ ଏକ କୃଷିଭିତ୍ତିକ ପର୍ବ ଅଟେ । ରଜ ପରେ ନୂତନ କୃଷିର ଆରମ୍ଭ କରାଯାଇଥାଏ ।

ବିଶ୍ୱାସ ରହିଛି ପୃଥିବୀ ଏହି ସମୟରେ ରଜସ୍ୱଳା ହୁଅନ୍ତି । ଉତ୍କଳୀୟ ପରମ୍ପରାରେ ନାରୀକୁ ସର୍ବୋଚ୍ଚ ସମ୍ମାନ ଦିଆଯାଇଥାଏ । ସେଥିପାଇଁ ନାରୀର ନାରୀତ୍ୱ ଓ ମାତୃତ୍ୱର ଉର୍ଜାକୁ ସମ୍ମାନ ଦେବା ପାଇଁ ଏହି ପର୍ବ ପାଳନ କରାଯାଇଥାଏ । ତିନିଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ପ୍ରଥମ ଦିନକୁ ପହିଲି ରଜ, ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ କୁହାଯାଇଥାଏ । ଏହା ପରଦିନ ବସୁମତୀ ସ୍ନାନ କରାଯାଇଥାଏ ।

a9a0, __Noto_Sans_Fallback_fba9a0; font-size: 17px;">ରଜପର୍ବ ଅବସରରେ ଘରେ ଘରେ ନାନାଦି ସୁସ୍ୱାଦୁ ପିଠାପଣା ଆଦିର ଆସର ଜମିଥାଏ । ଦୈନନ୍ଦିନ ଜୀବନରୁ ଟିକେ ବିରତି ନେଇ ନିଜ ପରିବାର, ସାଙ୍ଗସାଥୀ ଓ ପ୍ରିୟଜନଙ୍କ ସହିତ ଏହି ପର୍ବର ପାଳନ କରାଯାଏ । ଅବିବାହିତ ଝିଅ ତଥା ନାରୀ ମାନେ ନୂତନ ବସ୍ତ୍ର ପିନ୍ଧିବା ସହ ନାନାଦି ଶୃଙ୍ଗାର କରିଥାନ୍ତି । ସମସ୍ତ ପୁଅ ମାନେ ମିଶି ଲୁଡୁ, ତାସ, ପଶା, ବାଗୁଡି, କବାଡି ଆଦି ଖେଳ ଖେଳିଥାନ୍ତି । ଝିଅ ମାନେ ଦୋଳି ଖେଳ ସହ ପୁଚି ଖେଳର ମଜା ନେଇଥାନ୍ତି । ଗାଁ ଗାଁରେ ଦୋଳି ବନ୍ଧା ଯାଇଥାଏ । ଦୋଳି ଖେଳରେ ଗାଁ ପରିବେଶ ବେଶ୍ କୋଳାହଳମୟ ହୋଇପଡେ । ଦୋଳି ଖେଳ ସମୟରେ ଏକ ଖୁବ୍ ଲୋକପ୍ରିୟ ଗୀତ ବୋଲା ଯାଇଥାଏ ।

ରଜରେ ବିଭିନ୍ନ ପିଠା ପଣାର ଆସର ଜମିଥାଏ । ପୋଡପିଠା, ଚକୁଳି, ମଣ୍ଡା, କାକରା, ଆରିଷା, ଛୁଞ୍ଚିପତ୍ର ଆଦି ପିଠାର ମହକରେ ଘର ପୁରି ଉଠେ । ରଜର ଅନ୍ୟତମ ଆକର୍ଷଣ ହେଉଛି ପାନ । ରଜରେ ରଜପାନର ଚାହିଦା ଖୁବ୍ ଅଧିକ । ସ୍ନେହରେ ପରସ୍ପର ପରସ୍ପରଙ୍କୁ ପାନ ଖିଆଇ ଏହି ପର୍ବର ପାଳନ କରିଥାନ୍ତି ।

ନାରୀ ଓ ନାରୀତ୍ୱର ପ୍ରତୀକ ଅଟେ ରଜ ପର୍ବ । ଉତ୍କଳୀୟ ପରମ୍ପରାରେ ନାରୀ ସବୁବେଳେ ସମ୍ମାନର ଅଧୀକାରିଣୀ । ଜାୟା, ଜନନୀ, ଭଗିନୀ ଆଦି ରୂପରେ ନାରୀ ଆମ ଜୀବନକୁ ପରିପୂର୍ଣ୍ଣ କରିଥାଏ । ସେହି ନାରୀର ସମ୍ମାନାର୍ଥେ ଏହି ପର୍ବ ଉତ୍ସର୍ଗୀକୃତ ।

0 Comments