ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ବଡ ଅପଡେଟ୍ । ଦୁର୍ଘଟଣା ୨୦୪ ଯାତ୍ରୀଙ୍କ ମୃତ୍ୟୁ । ବଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦୪ ଯାତ୍ରୀ । ଦୁର୍ଘଟଣାରେ ୪୧ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ଗୁରୁତରଙ୍କ ବଞ୍ଚିବାର ଆଶା ବହୁତ କ୍ଷୀଣ ବୋଲି ସ୍ପଷ୍ଟ କରିଛନ୍ତି ଅହମଦାବାଦ ପୋଲିସ କମିଶନର । ଦୁର୍ଘଟଣା ପରେ ମୃତକଙ୍କ ସଂଖ୍ୟା ଶତାଧିକ ନେଇ ଅନୁମାନ କରାଯାଉଥିବା ବେଳେ ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛନ୍ତି ସିପି ।
ସରକାରୀ ସୂଚନା ମୁତାବକ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେପଟେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଜଣେ ଯାତ୍ରୀ । ୧୧-ଏ ସିଟରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଶ୍ଵାସ କୁମାର ନାମକ ଯାତ୍ରୀ ବର୍ତ୍ତି ଯାଇଥିବା ଅହମଦାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି ।
Oriya", Helvetica, Arial, sans-serif; font-size: 18px; text-align: justify;">ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ସେପଟେ ମେଡିକାଲ କଲେଜରେ ବିମାନ ଖସି ପଡିବା ପରେ ୫୦ ଜଣ ଆହତ ହୋଇଛନ୍ତି ଆଉ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ ଘଟିଛି। ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା। ରୂପାନୀଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ଗୁଜୁରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।