ବ୍ୟୁରୋ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଯିବାକୁ ଥିବା ଆକ୍ସିଓମ-4 ମିଶନକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଏଥର ପଞ୍ଚମ ଥର ପାଇଁ ସ୍ଥଗିତ ରହିଛି ମିଶନ । ତେବେ ସ୍ପେଶଏକ୍ସର ଫାଲକନ-9 ରକେଟରେ ହୋଇଥିବା ଲିକ୍ ମରାମତି ପାଇଁ ଇଞ୍ଜିନିୟରମାନେ ଅଧିକ ସମୟ ଲୋଡ଼ିଥିବାରୁ ଏହି ମିଶନକୁ ସ୍ଥଗିତ ରଖାୟାଇଛି । ଆଜି (ଜୁନ 11) ଏହି ମିଶନ ଲଞ୍ଚ ହେବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା ।
ଏପଟେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କୁ ନେଇ ସ୍ପେଶ୍ ଷ୍ଟେସନ ଯିବାକୁ ଥିବା ଆକ୍ସିଓମ-4 ମିଶନ ଜୁନ 11 ପାଇଁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛି । ମଧ୍ୟ ଏ ନେଇ Xରେ ଏକ ପୋଷ୍ଟ କରି କହିଛି, "ଭାରତର ମହାକାଶଚାରୀ ଶୁକ୍ଳାଙ୍କୁ ISSକୁ ନେଇ ଯାଉଥିବା ଆକ୍ସିଓମ-4 ମିଶନର ଉତକ୍ଷେପଣ ସ୍ଥଗିତ ରଖାଯାଇଛି । ଫାଲକନ୍-9ର ବୁଷ୍ଟରର 7 ସେକେଣ
୍ଡର ହଟ୍ ପରୀକ୍ଷଣ ସମୟରେ ଏକ ତରଳ ଅମ୍ଳଜାନ (LOX) ଲିକ୍ ଚିହ୍ନଟ ହୋଇଥିଲା । ISRO, Axiom ଏବଂ SpaceX ଟିମ ଦ୍ବାରା ଏକ ମିଳିତ ସମୀକ୍ଷା ପରେ, ଉତକ୍ଷେପଣ ପୂର୍ବରୁ ସମସ୍ୟାକୁ ସଂଶୋଧନ ଏବଂ ପୁନଃ ପ୍ରମାଣିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।"
ଏ ନେଇ ସ୍ପେଶଏକ୍ସ X ଉପରେ ଏକ ପୋଷ୍ଟରେ କହିଛି, "ଫାୟାର ବୁଷ୍ଟର ଯାଞ୍ଚ ସମୟରେ ଚିହ୍ନଟ ହୋଇଥିବା LOx ଲିକ୍ ମରାମତି କରିବା ପାଇଁ ସ୍ପେଶଏକ୍ସ ଟିମଗୁଡ଼ିକୁ ଅତିରିକ୍ତ ସମୟ ନେଇଥିବାରୁ ଜୁନ 11, 2025ରେ Falcon 9 Ax-4 ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । ଏହି ମରାମତି ସମ୍ପୂର୍ଣ୍ଣ ହେବା ପରେ ଆମେ ଏକ ନୂତନ ଲଞ୍ଚ ତାରିଖ ସେୟାର କରିବୁ।"