ଭୁବନେଶ୍ବର: ଆଗାମୀ ତିନି ଦିନ ପାଇଁ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ଜନିତ ବର୍ଷା ପବନର କଡ଼ା ଚେତାବନୀ ଦିଆଯାଇଛି। ପାଣିପାଗ ବିଭାଗର ପୁର୍ବାନୁମାନ ଅନୁସାରେ ଆଗାମୀ ୨୪ଘଣ୍ଟା ସମେତ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ୍ ୧୮ତାରିଖ ଯାଏ ବଜ୍ରପାତ ଜନିତ ବର୍ଷା ପବନର ସୂଚନା ଦିଆଯାଇଛି। ଏନେଇ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ଆସନ୍ତା କାଲିଠୁ ୧୯ ତାରିଖ ଯାଏଁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ସେପଟେ ଅଗ୍ରସର ହେଉଛି ମୌସୁମୀ ବାୟୁ । ରାଜ୍ୟର ବଲାଙ୍ଗୀର ସମେତ ବିଭିନ୍ନ ଅଞ୍ଚଳ ଅତିକ୍ରମ କରି ଆଗାମୀ ୫ ଦିନ ଯାଏ ବର୍ଷା ଜାରି ରହିବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ପାଗ ସମ୍ପୁର୍ଣ୍ଣ ଅନୁକୂଳ ରହିଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଧିରେ ଧିରେ ତାପମାତ୍ରାରେ ହ୍ରାସ ଘଟିବ ।
ଆସନ୍ତା ୨୪ ଘଣ୍ଟା ପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାର ଜଗତସିଂହପୁର, କଟକ ଏବଂ କଳାହାଣ୍ଡି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି 30-40 କିଲୋମିଟର ବହିବାର ସମ୍ଭାବନା ରହିଛି। କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନୂଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ
ପ୍ରବଳ ଅତି ପ୍ରବଳ ବର୍ଷା ପବନ ସହ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଜ, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, ନବରଂଗପୁର, ରାୟଗଜା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକାପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘତି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି । ସେହିପରି ଝାରସୁଗୁଡ଼ା, ଦେଓଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ବରଗଡ ଏବଂ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ସହ ହଳଦିଆ ଚେତାବନୀ ଦିଆଯାଇଛି । ଅନ୍ୟ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଳା, ବଲାଙ୍ଗିର, କନ୍ଧମାଳ, ନବରଂଗପୁର, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।