ପାଟଣା( ବିଜୟ ମହାନ୍ତ):ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନା କରିବା ଓ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ରଥ ସମବାର ଦିନ ପାଟଣା ବ୍ଲକର ଟାଙ୍ଗରପଡ଼ା ଓ କେନ୍ଦେଇପଶି ପଞ୍ଚାୟତ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ସମ୍ପର୍କରେ ପ୍ରଚାର ପ୍ରସାର କରିଥିବା ଦେଖିବାକୁ ମିଳିଛି। ସେହିପରି କେନ୍ଦେଇପଶି ଗ୍ରାମ ହାଇସ୍କୁଲ ପରିସରରେ ବିକାଶ ବାହନ ରଥକୁ ସ୍ୱାଗତ କରାଯାଇଛି। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ବିଡିଓ ମାନସ କୁମାର ଦଣ୍ଡପାଟ, ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ଯୋଗାଣ ନିରୀକ୍ଷକା ସୁନିତା ମାରାଣ୍ଡି, ବିପିସି ସୁରେନ୍ଦ୍ର ଖଣ୍ଡା, ସହକାରୀ ଯନ୍ତ୍ରୀ ବିଶ୍ୱଜିତା ନାଏକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଳାଷ ରଞ୍ଜନ ରାଜ , ସରପଞ୍ଚ ମିନାକ୍ଷୀ ନା
ଏକ,ଏଡିଓ ଜୟନ୍ତୀ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୭୦ବର୍ଷ ରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତି ଙ୍କୁ ବ୍ୟୟ ବନ୍ଦନା କାର୍ଡ ପାଇଁ ପଞ୍ଜିକରଣ ,ନୂତନ MGNREGA ଜବ କାର୍ଡ ଗଠନ,ଆଧାର ସଂଶୋଧନ, PM-KISAN, CM-KISAN ସମ୍ବନ୍ଧୀୟ ସୂଚନା,FRA ପଟ୍ଟା ବଣ୍ଟନ,ନୂଆ ରାସନ କାର୍ଡ ବଣ୍ଟନ,ନୂତନ jan dhan bank ଆକାଉଣ୍ଟ ଗଠନ,Ujjala ଗ୍ୟାସ ସମ୍ବନ୍ଧୀୟ ସୂଚନା ,ଅନ୍ତୋରଦ୍ବୟ ଗୃହ workorder ବଣ୍ଟନ ନୂତନ pension card ବଣ୍ଟନ ଏହି କାର୍ଯ୍ୟକ୍ରମରେ କରାଯାଇଥିଲା,ଏହି ସ୍ୱାଗତ ଉତ୍ସବରେ ଗ୍ରାପର ସମସ୍ତ ୱାର୍ଡ ମେମ୍ବର, ଆଶା, ଅଙ୍ଗନ ବାଡ଼ି କର୍ମୀ, MBK-CRP, SHG ମା, ସମସ୍ତ ସରକାରୀ କର୍ମଚାରୀ ଯଥା RI, କୃଷି କର୍ମଚାରୀ, ମେଡିକାଲ କର୍ମଚାରୀ, BANK କର୍ମଚାରୀ ଓ ସମସ୍ତ ଗ୍ରାମବାସୀ ଙ୍କୁ ଉକ୍ତ ସଭାରେ ଉପସ୍ଥିତ ରହି ସଭା କୁ ସାଫଲ୍ୟ ମଣ୍ଡିତ କରିଥିଲେ।