ପୁରୀ: ଶରଧାବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପରେ କାଳି
ଆଙ୍କ ସାଆନ୍ତଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା । ଗତକାଲି ବିଭିନ୍ନ କାରଣରୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିନଥିଲା 3 ରଥ । ଗୁଣ୍ଡିଚା ମନ୍ଦିର ନିକଟରେ ଲାଗି ଥିବାରୁ ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ନୀତି ହେବ ।
ଆଜି ସକାଳ 9 ଟା 30 ମିନିଟରେ ରଥଟଣା ଆରମ୍ଭ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପୋଲିସ ଡିଜି ୱାଇ.ବି ଖୁରାନିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ରଥ ଟାଣିଥିଲେ । ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ରଥ ଟାଣି ନେଇଥିଲେ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିଲା ଶରଧା ବାଲିରେ । ଏହା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପରେ କାଳିଆର ନନ୍ଦିଘୋଷ ରଥ ପହଞ୍ଚିଥିଲା ।
ଆସନ୍ତାକାଲି ସନ୍ଧ୍ୟା ବେଳେ ଆଡ଼ପ ପହଣ୍ଡି ବିଜେ ନୀତି ହେବ । ସୋମବାର ଦିନ ମହାପ୍ରଭୁ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ । ଭକ୍ତ ମାନେ ଆଡ଼ପ ଅବଢ଼ା ପାଇବେ । ଯେହେତୁ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ ବିଜେ କରିଥାନ୍ତି ସେଠାରେ ହେଉଥିବା ଅବଢ଼ାକୁ ଆଡ଼ପ ଅବଢ଼ା କୁହାଯାଏ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେଉଁ ଭକ୍ତ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରେ । ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦଶ ହଜାର ବର୍ଷ ଦର୍ଶନର ଫଳ ପାଇଥାଏ । କାରଣ ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମ ସ୍ଥାନ । ତେବେ ସନ୍ଧ୍ୟା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅନେକ ପୂଣ୍ୟ ମିଳିଥାଏ । ଶ୍ରୀମନ୍ଦିରରେ ଯେଭଳି ଦୈନିକ ନୀତି ହୋଇଥାଏ ଆଡ଼ପ ମଣ୍ଡପରେ ମହାପ୍ରଭୁ ଥିବା ବେଳେ ମଧ୍ୟ ସେହି ନୀତି ଅନୁଷ୍ଠିତ ହୋଇଥାଏ ।’