ଭୁବନେଶ୍ବର : ଆସନ୍ତା 4ରୁ 5 ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତରପୂର୍ବ ଆରବ ସାଗର ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହିପରି ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶା ପାଇଁ ଦୁଇଟି ଲଘୁଚାପ କ୍ଷେତ୍ରର ସାମ୍ନା କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମାନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ଆଗାମୀ 12 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପର ରୂପ ନେବ ବା ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ଫଳରେ ଆଗାମୀ ଚାରିରୁ ପାଞ୍ଚ ଦିନ ଯାଏ ଲଗାଣ ବର୍ଷା ଜାରି ରହିବ । ଝଟକା ପବନ ସହ ବିଜୁଳି ଘଡଘଡି ଓ ବଜ୍ରପାତରେ ମଧ୍ୟ ଆଶଙ୍କା ରହିଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ମଧ୍ୟ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ
--tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;"> ମନୋରମା ମହାନ୍ତି
।
ଆଗାମୀ ୨୪ ଘଣ୍ଟା ଭିତରେ ଦୁଇଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଦୁଇଟି ଜିଲ୍ଲା ହେଉଛି ମୟୂରଭଞ୍ଜ ଓ କେନ୍ଦୁଝର । ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ବିଜୁଳି ଘଡଘଡିର ମଧ୍ୟ ସମ୍ଭାବନା ରହିଛି । ଏନେଇ ପବନର ବେଗ ମଧ୍ୟ ଝଟକା ଝଟକା ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗରେ ମଧ୍ୟ ବହିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ କହିଛନ୍ତି ।
ଆସନ୍ତାକାଲି (ଜୁନ 29) ପାଇଁ କେବଳ ମୟୂରଭଞ୍ଜ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବଜ୍ରପାତ ଓ ପ୍ରବଳରୁ ଅତି ପ୍ରବଳ ବର୍ଷାର ଅରେଜ ଓ୍ବାର୍ଣ୍ଣିଂ ଜାରି କରଯାଇଛି । ସେହିପରି ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର, ଦେବଗଡ ସହ ଗଞ୍ଜାମ ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ଜଗତସିଂହପୁର ପାଇଁ ମଧ୍ୟ ୟେଲୋ ଓ୍ବାର୍ଣ୍ଣିଂ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଓ ବଜ୍ରପାତରେ ଓ୍ବାର୍ଣ୍ଣିଂ ଦିଆଯାଇଛି । ବାକି ଅନ୍ୟ ଜିଲ୍ଲା ଅଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ।