କେନ୍ଦୁଝର:-ଜେଲରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଦୁଇଜଣ ଗୁରୁଜୀ ଦୀନବନ୍ଧୁ ସାହୁ ଓ ଉତ୍ତମ କୁମାର ପରିଡା ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ସାହୁ ଦୀର୍ଘ ୨୫ ବର୍ଷ ଓ ଶ୍ରୀ ପରିଡା ୨୬ ବର୍ଷ ବିଦ୍ୟାଳୟରେ ସେବା ପ୍ରଦାନ କରି ଆସିଥିଲେ । ଉଭୟ ଗୁରୁଳୀ ମେଳାପି, ମିଷ୍ଟଭାଷୀ, ଛାତ୍ର ବତ୍ସଳ ଥିଲେ | ଆୟୋଜିତ ଏକ ବିଶେଷ ସଭାରେ ପରିଚାଳନା ସମିତିର ସଂପାଦକ ସ
ୁଧାଂଶୁ ଶେଖର ପଣ୍ଡା, ଯୁଗ୍ମ ସଂପାଦକ ଦୀପକ ମହାକୁଳ ଓ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ଦେଇଥିଲେ । ଉଭୟ ଗୁରୁଜୀ ବିଦ୍ୟାଳୟରେ ବିତାଇଥିବା ଦିନ ଗୁଡିକ ବିଷୟରେ ସଂକ୍ଷେପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଭକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା ଉପସ୍ଥିତ ଥିଲେ।