ଭୁବନେଶ୍ବର: ରାଜ୍ୟରେ ଶିଶୁ ବାଟିକାରେ ନିୟୋଜିତ ହେବେ ଶିଶୁ ସେବିକା । ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନେଇଛନ୍ତି । ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା । ସେମାନେ ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍‌ ଯିବାରେ ସହଯୋଗ କରିବେ । ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ । ଏହା ସହିତ ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ମଧ୍ୟ ଯୋଗାଇବେ । ପିଲା କୌଣସି କାରଣରୁ ଅସ

ୁସ୍ଥ ଥିଲେ ଶିକ୍ଷକଙ୍କୁ ଏମ୍ପର୍କରେ ଆବଗତ କରିବେ ଶିଶୁ ସେବିକା । ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟକୁ ହାଲ୍‌କା କରିବାକୁ ଲକ୍ଷ୍ୟ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ‘ଶିଶୁ ସେବିକା’ । ଶ୍ରେଣୀଗୃହରେ ଛୋଟ ପିଲାମାନଙ୍କୁ ସହାୟତା କରିବା ସହିତ ଶିକ୍ଷକମାନଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟର ବୋଝ ହାଲ୍‍କା ହେବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହା ସମେତ ପାଚିକାମାନଙ୍କ ଦରମାର ସମାନୁପାତିକ ହାରରେ ଦରମା ମଧ୍ୟ ପାଇବେ । ପ୍ରାକ-ପ୍ରାଥମିକ ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ରାଜ୍ୟର ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁବାଟିକା ଆରମ୍ଭ ହୋଇଛି । ଯେଉଁଥିରେ କି ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍‍-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ (Enrolment) ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯିବ ।

ଛୋଟ ପିଲାମାନଙ୍କୁ ଶ୍ରେଣୀଗୃହରେ ପରିଚାଳନା କରିବା, ସେମାନଙ୍କ ଜତ୍ନ ନେବା ଆଦି କାର୍ଯ୍ୟକୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯିବ । ଯାହା ଶିକ୍ଷକମାନଙ୍କ ଉପରେ ଏଭଳି ଭାବରେ ଦାୟିତ୍ୱ ରହିଲେ ଶିକ୍ଷା କାର୍ଯ୍ୟ ବାଧା ପ୍ରାପ୍ତ ହେବାର ଅଧିକ ସମ୍ଭାବନା ରହିଛି । ସାରା ରାଜ୍ୟରେ ବିଭିନ୍ନ ଶିଶୁବାଟିକାରେ ଏ ସମ୍ପର୍କିତ ଏକ ଅଧ୍ୟୟନରୁ (Situational Study of Sishu Vatikas across the state) ଜଣାଯାଇଛି ଯେ, ଶିକ୍ଷକମାନଙ୍କୁ ଅଣ- ଶିକ୍ଷା କାର୍ଯ୍ୟରେ ସହାୟତା କରିବା ପାଇଁ ଶିଶୁବାଟିକା ମାନଙ୍କରେ ଶିଶୁସେବିକା ମାନଙ୍କର ବହୁଳ ମାତ୍ରାରେ ଆବଶ୍ୟକତା ରହିଛି ।


0 Comments