ଭୁବନେଶ୍ବର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ। ବର୍ତ୍
ତମାନ ପୁରୀରେ ରଥଯାତ୍ରା ବେଳେ ଯେଉଁସବୁ ଅଘଟଣ ଘଟିଛି, ତାହାକୁ ନେଇ ଦଳ ବର୍ତ୍ତମାନ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏନେଇ ସୂଚନା ଦେଇଛନ୍ତି, ବିଜେପି ସାଂସଦ ତଥା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।
"ପୁରୀରେ ଯେଉଁ ଦୁର୍ଘଟଣା ଘଟିଲା ଏଥିରେ ଆମେ ମର୍ମାହତ ଅଛୁ। ଯାହା ସମସ୍ତଙ୍କୁ ମର୍ମାହତ କରିଛି। ତେଣୁ ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରୁଛି। ଏହାସହ ସବୁ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ କରୁଛି ଦଳ। ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରି ପୁଣି ଥରେ ତାରିଖ ନିର୍ଦ୍ଧାରଣ କରାଯିବ" ବୋଲି ସୂଚନା ଦେଇଛନ୍ତି ବିଜେପି ସାଂସଦ ତଥା ବିଜେପିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।
ଏହାପୂର୍ବରୁ ବିଜେପି ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତାକାଲି ଦଳର ରାଜ୍ୟ ସଭାପତି ଆଶାୟୀମାନେ ନାମାଙ୍କନ ଦାଖଲ କରିଥାନ୍ତେ। ଜୁଲାଇ ୧ ତାରିଖ ୧୦ଟାରୁ ୧୨ଟା ମଧ୍ୟରେ ମତଦାନ ହୋଇଥାନ୍ତା। ମଙ୍ଗଳବାର ବିଜେପିର ସଭାପତି ଘୋଷଣା ହୋଇଥାନ୍ତା। କିନ୍ତୁ ଏବେ ନିର୍ବାଚନକୁ ଦଳ ପକ୍ଷରୁ ସ୍ଥଗିତ ରଖାଯାଇଛି।
ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ବିହାର ସାଂସଦ ସଂଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ଜୁଲାଇ ୧ରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ ବୋଲି ଦଳ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି।