ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) 'ମନ୍ କି ବାତ' କାର୍ଯ୍ୟକ୍ରମର 123 ତମ ସଂସ୍କରଣରେ ଦେଶର କୋଟି କୋଟି ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଏହାସହ ସେ ଓଡିଶାର ରଥଯାତ୍ରା ସମ୍ପର୍କରେ ପ୍ରକାଶ କରିଛନ୍ତି । ଆନ୍ତର୍ଜାତୀକ ଯୋଗ ଦିବସର ସଫଳତା, ଦେଶରେ 1975 ମସିହାରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଏବଂ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରୁଥିବା କାହାଣୀ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡିଶାର ରଥଯାତ୍ରା ସଂପର୍କରେ 'ମନ୍‌ କି ବାତ' କାର୍ଯ୍ୟକ୍ରମରେ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ସାରା ଦେଶରେ ଏବେ ଧାର୍ମିକ ଯାତ୍ରା ଅନୁଷ୍ଠିତ ହେଉଛି । ଆମେ ଏବେ 

--tw-border-spacing-x: 0; --tw-border-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଭଗବାନ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିଲୁ । ସେହିପରି ମାନସରୋବର ଯାତ୍ରା ଆରମ୍ଭ ହୋଇଯାଇଛି । ଯାହା ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱ ରଖିଥାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍‌ କି ବାତ' କାର୍ଯ୍ୟକ୍ରମରେ 1975 ମସିହାରେ ଦେଶରେ ଲଗାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପାଇଁ ତତ୍କାଳୀନ କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି । ଏହି ସମୟରେ ସରକାର ଲୋକଙ୍କ ଉପରେ ନାହିଁ ନ ଥିବା ଅତ୍ୟାଚାର କରିବା ସହ ନାଗରିକ ଅଧିକାରକୁ ହତ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ କହିଛେନ୍ତି ଯେ, ଯେଉଁମାନେ ଜରୁରୀକାଳୀନ ପରିସ୍ଥିତି ଦେଶରେ ଲାଗୁ କରିଥିଲେ, ସେମାନେ ସମ୍ବିଧାନର ହତ୍ୟା କରିବା ସହିତ ନ୍ୟାୟପାଳିକାକୁ ନିଜ ହାତର କଣ୍ଢେଇ କରିଦେଇଥିଲେ ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦଳର ନାମ ନ ନେଇ ମୋଦି କହିଛନ୍ତି ଯେ, 1975 ମସିହାରୁ 1977 ମସିହା ପର୍ଯ୍ୟନ୍ତ 21 ମାସ ଧରି ଭାରତବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ ସରକାର । ଜରୁରୀକାଳୀନ ପରିସ୍ଥିତି 50 ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସମ୍ବିଧାନ ହତ୍ୟା ଦିବସ ଭାବେ ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ଯୋଗ ଦିବସର ସଫଳତା ବିଷୟରେ ଚର୍ଚ୍ଚା କରିଛନ୍ତି । ଚଳିତବର୍ଷ 21 ଜୁନରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦେଶର କୋଟି କୋଟି ଜନସଂଖ୍ୟା ଯୋଗ ଅଭ୍ୟାସ କରିଥିଲେ । 10 ବର୍ଷ ପୂର୍ବେ ଏହି ଯୋଗ ଦିବସର ପ୍ରାରମ୍ଭ କରାଯାଇଥିଲା । ଦେଶର ବହୁ ସଂଖ୍ୟକ ନାଗରିକ ଯୋଗ ପ୍ରକ୍ରିୟାକୁ ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରି ସୁସ୍ଥ ଓ ନିରୋଗ ଜୀବନଯାପନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ଚଳିତମାସରେ ଆମେ ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରିଥିଲୁ । ବହୁ ଲୋକ ନିଜ ଆଖ ପାଖରେ ଥିବା ବ୍ୟକ୍ତିଙ୍କ ସଂପର୍କରେ କହିଥିଲେ, ଯେଉଁମାନେ ପର୍ଯ୍ୟାବରଣର ସୁରକ୍ଷା ଲାଗି ନିଜକୁ ନିୟୋଜିତ କରିଦେଇଛନ୍ତି । ପରେ ପୁରା ସମାଜ ସେମାନଙ୍କ ସହ ମିଶି ପରିବେଶ ସୁରକ୍ଷା ଦିଗରେ ଲାଗିପଡ଼ିଥିଲା । ଅହମ୍ମଦାବାଦଠାରେ ଏକ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥିଲା, ଯେଉଁଠି ମହାନଗର ନିଗମ ମିଶନ ଫର ମିଲିଅନ ଟ୍ରିଜ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ଏହା ଦ୍ବାରା ଲକ୍ଷ ଲକ୍ଷ ଗଛ ଲଗାଯିବାର ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ସିନ୍ଦୂର ବନର ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରହିଛି, ଯାହାକି ଅପରେସନ୍ ସିନ୍ଦୂରର ଜବାନଙ୍କ ପ୍ରତି ସମର୍ପିତ ହେବ ।"

0 Comments