କେନ୍ଦୁଝର:-ଆଜି ସ୍ଥାନୀୟ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ନଗର ମଣ୍ଡଳ ବିଜେପି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି ଗଛ ଲଗା କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ ପୌରପାଳି
ା ଅଧ୍ୟକ୍ଷା ନିକୁ ସାହୁ ଯୋଗଦେଇ ଗଛ ଲଗାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ବିଜେପି ନେତା ଦିଲ୍ଲିପ ପଣ୍ଡା, ନଗର ସାଧାରଣ ସମ୍ପାଦକ ବ୍ରଜ କିଶୋର ରାୟ,ନଗର ସମ୍ପାଦକ ଦୁର୍ଗା ବାରିକ, ଯୁବ ନେତା ପ୍ରିୟବ୍ରତ ଜେନାଙ୍କ ସହ ବହୁ ବିଜେପି ନେତା ଯୋଗଦେଇ ଶତାଧିକ ଗଛ ଲଗାଇଥିଲେ।