କେନ୍ଦୁଝର:-ମାଟିର କଥା ମାଟିର କଳାକାର କୁ ନେଇ କ୍ଷୁଦ୍ର ଚଳଚିତ୍ର, ଡାକ୍ତର ଫେରିଚି କେନ୍ଦୁଝର ସ୍କୁଲ୍ ଅଫ୍ ଡ୍ରାମା ୟୁଟୁବ ଚ୍ୟାନେଲ ରେ ରିଲିଜ୍ ହେଇଛି । ଏହି ଚଳଚିତ୍ରର ନିର୍ଦ୍ଦେଶନାର ଭାର ନେଇଥିଲେ ଅଙ୍କିତ ମହାପାତ୍ର । ଏହି ରିଲିଜ କାର୍ଯ୍ୟକ୍ରମ ରେ ଅ ତିଥିଭାବେ ଓଡିଆ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ବିଶ୍ୱାଳ ବିଶିଷ୍ଟ ଲେଖକ ତଥା ନିର୍ଦ୍ଦେଶକ ସାଇ ଦୁର୍ଗା ପ୍ରସାଦ ମଲ୍ଲିକ ସମାଜସେବୀ ମାନସ ରଞ୍ଜନ ପଣ୍ଡା ଗୀତିକାର ସନ୍ତୋଷ ଚାଟାର୍ଜୀ ସମାଜସେବୀ ସୁଭେନ୍ଦୁ ସାମଲ ଏବଂ ସଂଙ୍ଗୀତ ନିର୍ଦ୍ଦେଶକ ଧର୍ମେନ୍ଦ୍ର ପଲେଇ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ଅନୁଷ୍ଠାନରେ କିପରି ଅଧିକ ରୁ

ଧିକ ନୂତନ କଳାକାର ସୃଷ୍ଟି ହୋଇ କେନ୍ଦୁଝର ର ସୁନାମ ଆଣିବେ  ସେ ସଂପର୍କ ରେ ଆଲୋକପାତ କରିଥିଲେ ।  ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ ଅଧିକରୁ ଅଧିକ ନୂତନ କଳାକାର ସୃଷ୍ଟି କରିବା ଲକ୍ଷରେ ୩ ଗୋଟି କ୍ଷୁଦ୍ର ଚଳଚିତ୍ରର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଥିଲା  ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟକର୍ତା ରାଜେଶ କୁମାର ରଣା ଅନୁଷ୍ଠାନର ଆଗାମୀ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଜାଜ୍ଞସେନୀ ସ୍ୱାଇଁ ଏବଂ ସବାସେଶ ରେ ଲିପି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ପ୍ରତିଟି ସଦସ୍ୟ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

0 Comments