କେନ୍ଦୁଝର :-ଗାଁରେ ହାତ ପାହାନ୍ତାରେ ଲୋକକୁ ମିଳିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଗୋବର୍ଦ୍ଧନ ଜନତା ଉଚ୍ଚ ବିଦ୍ୟାଳୟରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଓ ହାଇଟେକ୍ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ ମିଳିତ ଉଦ୍ୟମରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ହାଇଟେକ୍ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ ର ୧୨ଜଣ ଡ଼ାକ୍ତର ଓ ୨୦ ଜଣ କର୍ମଚାରୀ ଯୋଗ ଦେଇ ଗୋବର୍ଦ୍ଧନ ପଞ୍ଚାୟତ ଓ ଆଖପାଖରୁ ଆସିଥିବା ରୋଗୀମାନଙ୍କର

ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ବଣ୍ଟନ କରିଥିଲେ । ଏଥିସହ, ଆଗକୁ ଯେଉଁ ରୋଗୀଙ୍କର ଅଧିକ ଚିକିତ୍ସା ଆବଶ୍ୟକ, ସେମାନଙ୍କୁ ହାଇଟେକ୍ ମେଡ଼ିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ ତରଫରୁ ନିଃଶୁଳ୍କ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା l ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ତରଫରୁ ସମଗ୍ର ଓଡ଼ିଶାରେ ଏଭଳି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯାଉଥିବା କହିଛନ୍ତି ଆୟୋଜକ । ଏଥିସହ, ଏହି ଶିବିରରେ ଏକସଙ୍ଗେ ଅନେକ ରୋଗର ମାଗଣା ଚିକିତ୍ସା ପାଇ ଖୁସିବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ ।

0 Comments