କେନ୍ଦୁଝର :-ଧରଣୀଧର ବିଶ୍ଵବିଦ୍ୟାଳୟ ସମ୍ବିଧାନ ହତ୍ୟା ଦିବସ ପାଳନ ହୋଇ ଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଛି। ଏଥିରେ  ବିଶ୍ଵବିଦ୍ୟାଳୟର କୁଳପତି Dr. ପ୍ରତାପ କୁମାର ମହାନ୍ତି ଅଧ୍ୟକ୍ଷତା କରି ଥିଲା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସୁଧୀର ଚନ୍ଦ୍ର ଜେନା ସଭାପତି ISGS ଭାରତୀୟ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ଉପରେ ଆଲୋକପାତ କରି ଥିଲେ । ସେ ଭଳି ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ସ୍ନେହଲତା ମିଶ୍ର ସାମ୍ବିଧାନିକ ପ୍ରସ୍ତାବନା  କୁ ବ୍ୟାଖ୍ୟା କରି ଥିଲେ । ବିଶ୍ଵବିଦ୍ୟାଳୟ ର ସ୍ନାତକତର ଅଧକ୍ଷ ଗଣତ

ନ୍ତ୍ର ରେ ସଠିକ ସଂଜ୍ଞା ଓ ଏବେର ଗଣତନ୍ତ୍ର ର ଅସ୍ତିତ୍ବ ଉପରେ କହୁଥିଲେ । ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ୧୦୦ ଜଣ ଏଥିରେ ଭାଗ ନେଇ ଥିଲେ । ଆଲୋଚନା ଚକ୍ର କୁ ଦିନେଶ ମହାରଣା ପରିଚାଳନା କରି ଥିଲେ ଓ ରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରି ଥିଲେ । ଅଧ୍ୟାପକ ସଲମା କିସ୍କୁ ଏବଂ ଶୁକଦେବ ତୀରିଆ ସହଯୋଗ କରି ଥିଲେ । ସେହି ଭଳି ଏକ ସଚେତନତା ରାଲୀ ମାଧ୍ୟମରେ "ସମ୍ବିଧାନ ହତ୍ୟା ଦିବସ " ଉପରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜନ କରା ଯାଇ ଥିଲା  । ଏଥିରେ ଅଧ୍ୟାପକ ଅଧ୍ୟାପିକା ଏବଂ ବିଶ୍ଵବିଦ୍ୟାଳୟର କୁଳପତି  ଅଂଶ ଗ୍ରହଣ କରିଥିଲେ।

0 Comments