କେନ୍ଦୁଝର: ପ୍ରଫେସର୍ ପ୍ରଶାନ୍ତ ଚନ୍ଦ୍ର ମହଲାନୋବିଜ୍ ଙ୍କ ଜନ୍ମଦିନଟିକୁ ଜାତୀୟ ପରିସଂଖ୍ୟାନ ଦିବସ ଭାବରେ କେନ୍ଦୁଝର ଜିଲ୍ଲା ସ୍ଥିତ ଜିଲ୍ଲାପାଳ ଙ୍କ ଦରବାର ହଲରେ ପାଳିତ ହୋଇ ଯାଇଛି। ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ବ କରିଥିଲେ, ଉପନିର୍ଦ୍ଦେଶକ ଯୋଜନା ଓ ପରିସଂଖ୍ୟାନ ଶ୍ରୀ ଗଜେନ୍ଦ୍ର କୁମାର ବେହେରା ବୈଠକ ରେ ସ୍ବାଗତ ଭାଷଣ ଦେଇଥିଲେ। ବୈଠକରେ ଧରଣୀଧର ବିଶ୍ୱ ବିଦ୍ୟାଳୟର ସହପ୍ରାଧ୍ୟାପକ (ଅର୍ଥନୀତି) ଡାକ୍ତର ଦାମୋଦର ସାହୁ, ସରକାରୀ ମହିଳା ମହାବିଦ୍ୟାଳୟର ସହପ୍ରାଧ୍ୟାପକ( ବାଣିଜ୍ୟ) ଡ଼ାକ୍ତର ଅଜିତ କୁମାର ବରାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେ, ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌମ୍ୟ ସାର୍ଥକ ରାୟ, ଜିଲ୍ଲା ସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପରିସଂଖ୍ୟାନ ରାଜ୍ୟ ଏବଂ ଜାତୀୟ ସ୍ତରରେ ଦେଶ ବିକାଶ ରେ କିପରି ଭୂମିକା ପ୍ରଦାନ କରେ ତାର ସବିଶେଷ ଆଲୋକପାତ କରିଥିଲେ। ତଥ୍ୟ ବିନା ଦେଶରେ ଯୋଜନା ପ୍ରଣୟନ କରାଯାଇ ନ ପାରେ, ତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବକ୍ତା ଶ୍ରୀ ବରାଳ କହିଥିଲେ ଯେ ଲକ୍ଷ୍ୟ ବିହୀନ ଜୀବନ ନିରର୍ଥକ ଅଟେ। ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି, ବିନା ପରିସଂଖ୍ୟାନରେ ସମ୍ଭବ ହୋଇନଥାଏ।
ମୁଖ୍ୟ ବକ୍ତା ଶ୍ରୀ ସାହୁ କହିଥିଲେ ଯେ ପରିସଂଖ୍ୟାନ ସବୁ କ୍ଷେତ୍ର ରେ ପ୍ରଯୁଜ୍ୟ। ଜାତୀୟ ନମୁନା ସର୍ଭେ ଦ୍ଵାରା ପ୍ରତ୍ୟେକ ସମାଜର ପ୍ରତି କ୍ଷେତ୍ର ରେ ତଥ୍ୟ ସଂଗ୍ରହ କରି ଭବିଷ୍ୟତ ର ଯୋଜନା ପ୍ରସ୍ତୁତ କରାଯାଏ ତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ।
ଉପନିର୍ଦ୍ଦେଶକ ଶ୍ରୀ ବେହେରା କହିଥିଲେ ଯେ ପରିସଂଖ୍ୟାନ ଆମ ଜୀବନ ର ପ୍ରତେକ କ୍ଷେତ୍ର ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ବାରା ଆମ ଦେଶର ସାମାଜିକ ଏବଂ ଅର୍ଥନୈତକ ପରିସ୍ଥିତି ର ପରିବର୍ତ୍ତନ ସମ୍ଭବ ହୋଇଥାଏ। ସଠିକ୍ ତଥ୍ୟ ସଂଗ୍ରହ ଠିକ୍ ନିଷ୍ପତି ନେବାରେ ସାହାଯ୍ୟ କରେ। ଯଦ୍ୱାରା ସରକାରଙ୍କୁ ଠ
କ୍ ଯୋଜନା ପ୍ରଣୟନ କରି ଦେଶ ବିକାଶକୁ ତ୍ବରାନ୍ବିତ କରିଥାଏ। ରାଜ୍ୟ ରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ଵାରା ବିଭିନ୍ନ କ୍ଷେତ୍ର ରେ କରାଯାଇଥିବା ଅନୁସନ୍ଧାନ କାର୍ଯ୍ୟ ଯଥା ଜମି ବିନିଯୋଗ, ଶସ୍ୟକାଟ ପରୀକ୍ଷା, କୃଷି ଗଣନା, କ୍ଷୁଦ୍ର ଜଳ ସେଚନ ଗଣନା, ଜଳାଶୟ ର ଗଣନା, ଅର୍ଥନୈତିକ ଗଣନା, ଦୈନନ୍ଦିନ ବ୍ୟବହାର ଜିନିଷ ର ଉତ୍ପାଦକ, ପାଇକରୀ ଓ ଖୁଚୁରା ମୂଲ୍ୟ, ନିର୍ମାଣ ସାମଗ୍ରୀ ମୂଲ୍ୟ, କର୍ମଚାରୀ ଙ୍କ ଗଣନା, ଜିଲ୍ଲା ପରିସଂଖ୍ୟାନ ହାଣ୍ଡବୁକ୍, ଶିଳ୍ପ ର ବାର୍ଷିକ ସର୍ଭେ, ଶିଳ୍ପ ଉତ୍ପାଦକ ଶୁଚକାଙ୍କ, ଜାତୀୟ ନମୁନା ସର୍ଭେ ଏବଂ ଫସଲ ପରିସଂଖ୍ୟାନ ର ଉନ୍ନତି ଇତ୍ୟାଦି ଉପରେ ଆଲୋକପାତ କରିଥିଲେ।
ଏହି ଉତ୍ସବରେ ସାମଗ୍ରିକ ଭାବରେ ପରିସଂଖ୍ୟାନ କ୍ଷେତ୍ର କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ୨୦୨୪-୨୫ କୃଷି ବର୍ଷ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱୀତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଯଥା ଘଟଗାଁ ବ୍ଲକର ପ୍ରବୋଧ କୁମାର ଜେନା , ଆନନ୍ଦପୁର ବ୍ଲକର ମଳୟ ରଞ୍ଜନ ପରିଡା ଏବଂ ପାଟଣା ବ୍ଲକର ସାଲଖାନ ସୋରେନ ଏବଂ ସେହିପରି ୨୦୨୫-୨୬ କୃଷି ବର୍ଷ ପାଇଁ ଉତ୍ତମ ପ୍ରଦର୍ଶନ ନିମନ୍ତେ ଯଥାକ୍ରମେ ପ୍ରଥମ, ଦ୍ୱୀତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଯଥା ଘଷିପୁରାର ବ୍ଲକର ସନାତନ ସାହୁ, ଯୁଗ୍ମ ଦ୍ୱିତୀୟ ରେ ଝୁମ୍ପୁରା ବ୍ଲକର ତାପସ କୁମାର ପ୍ରଧାନ ଓ ହରିଚନ୍ଦନପୁର ବ୍ଲକର ପ୍ରଦୀପ କୁମାର ଜେନା ଏବଂ କେନ୍ଦୁଝର ସଦର ବ୍ଲକର ଭାଗ୍ୟଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଇ ବୈଠକ ରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ର ସହ ନିର୍ଦ୍ଦେଶକ ଶ୍ରୀ ଜୟରାମ ଟୁଡୁ, ପରିସଂଖ୍ୟାନ ଅଧିକାରୀ ଶ୍ରୀ ଚନ୍ଦ୍ରମୋହନ ସିଂହ, ଶ୍ରୀ ପବିତ୍ର ମୋହନ ନାୟକ, ସୁଶ୍ରୀ ଅନୁପମା ପାତ୍ର ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରି ଶ୍ରୀ ପୃଥ୍ୱୀରାଜ ସୋରେନ, ସୁଶ୍ରୀ ମାଧୁରୀ ପ୍ରିୟା ହନହଗା, ଶ୍ରୀ ପ୍ରଶାନ୍ତ ପ୍ରଧାନ, ଅନୁସନ୍ଧାନକ।ରି ସୁଶ୍ରୀ ବିନ୍ଦିଆ ମୁଣ୍ଡା, ଦୋଳମଣି ହଂସ,ବିଷ୍ଣୁପ୍ରିୟା ଓଝା ଓ ଡିପିଏମୟୁ ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ।