( ବ୍ୟୁରୋ)ଶେଷ ହୋଇଛି 28 ଘଣ୍ଟାର ଯାତ୍ରା । ମହାକାଶରେ ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଳା । କୋଟିକୋଟି ଭାରତୀୟଙ୍କ ପାଇଁ ଆଣିଦେଇଛନ୍ତି ଗର୍ବ ଓ ଗୌରବ । ଶୁଭାଂଶୁ ଓ ତାଙ୍କ ସହ ଥିବା ଅନ୍ୟ 3 ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସଫଳତାର ସହ ଡକିଂ କରିଛନ୍ତି । ଆକ୍ସିଅମ୍-୪ରେ 4 ମହାକାଶଚାରୀଙ୍କୁ ନେଇ ମହାକାଶକୁ ନେଇଯାଇଥିବା ଡ୍ରାଗନ୍ କ୍ୟାପସୁଲ୍ ସ୍ପେସ କ୍ରାଫ୍ଟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସଫଳତାର ସହ ଡକିଂ କରିଛି ।

ସ୍ପେସ୍ଏକ୍ସର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ଖବରକୁ ନିଶ୍ଚିତ କରାଯାଇଛି । ଏହି ପୋଷ୍ଟରେ ଏକ ଭିଡିଓ ସେୟାର କରାଯାଇଛି । ଏଥିରେ ଡ୍ରାଗନ୍ କ୍ୟାପସୁଲ୍ ସ୍ପେସ କ୍ରାଫ୍ଟ କିପରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ହାରମୋନି ମଡ୍ୟୁଲ୍ ସହିତ କିପରି ଡକିଂ କରୁଛି ତାହା ଦେଖାଯାଉଛି।

ଆନ୍ତର୍ଜାତୀୟ ମହାକାଶ ଷ୍ଟେସନର ସରକାରୀ X (ପୁରୁଣା ନାମ ଟ୍ୱିଟର) ଆକାଉଣ୍ଟ ମାଧ୍ୟମରେ କରାଯାଇଥିବା ଏକ ପୋଷ୍ଟରେ କୁହାଯାଇଛି, Axiom ମ

ଶନ 4 ଅନ୍ତର୍ଗତ, SpaceX ଡ୍ରାଗନ୍ ଆଜି ସକାଳ 6:31 ET ଅର୍ଥାତ୍ ଭାରତୀୟ ସମୟ ପ୍ରାୟ 4:01 ମିନିଟରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ସଫଳତାର ସହ ଡକିଂ କରିଛି । AX-4ର ମହାକାଶଚାରୀମାନେ ହ୍ୟାଚ୍ ଖୋଲି ମହାକାଶ ଷ୍ଟେସନ ଭିତରକୁ ଯାଇଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ମହାକାଶଚାରୀମାନେ (Exp 73) ସେମାନଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ଏକ ସଂକ୍ଷିପ୍ତ ସୁରକ୍ଷା ବ୍ରିଫିଂ ଏବଂ ଡାକ୍ତରୀ ଯାଞ୍ଚ କରାଯାଇଥିଲା ।

ଆକ୍ସିଅମ୍ ମିଶନ୍ 4 2025 ଜୁନ୍ 25 ତାରିଖରେ ଭାରତୀୟ ସମୟ ଅପରାହ୍ନ 12:01ର NASAର କେନେଡି ସ୍ପେସ ସେଣ୍ଟରରୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା । ଏହି ମିଶନରେ ମୋଟ ଚାରି ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ୍ କମାଣ୍ଡର ଦାୟିତ୍ବରେ ଅଛନ୍ତି । ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ପାଇଲଟ୍ ଅଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ପୋଲାଣ୍ଡର ସ୍ଲବୋଜ ଉଜନାସ୍କି ଓ ହଙ୍ଗେରୀରେ ଟିବୋର କାପୁ ମଧ୍ୟ ସାମିଲ ଅଛନ୍ତି । ଏହି 14 ଦିନିଆ ମିଶନରେ ମହାକାଶଚାରୀମାନେ ଅନେକ ବିଷୟରେ ପରୀକ୍ଷ ନୀରିକ୍ଷା କରିବେ ।


0 Comments