କେନ୍ଦୁଝର:-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟଙ୍କ ୨୦୩୬ ରେ ସାରା ଦେଶ ଦେଖିବ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଭିଜନ ରଖିଛନ୍ତି । ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ସଦର ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ସଲାରପେଣ୍ଠ ଭଳି ଏକ ଗ୍ରାମାଞ୍ଚଳରେ ଶିଳ୍ପ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ପାଇଁ ତଥା ସ୍ଥାନୀୟ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥିକ ଅଭିବୃଦ୍ଧିକୁ ନଜରରେ ରଖି ଏହାର ଆଗାମୀ ସମନ୍ୱିତ ଇସ୍ପାତ କାରଖାନା ପାଇଁ ସିଦ୍ଧିରିଦ୍ଧି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ଶିଳାନ୍ୟାସ କରିଛି।
ଆଞ୍ଚଳିକ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ଆଶା କରାଯାଉଥିବା ଏହି ନୂତନ କାରଖାନା ପ୍ରାୟ ୬୩୦ ପ୍ରତ୍ୟକ୍ଷ ଏବଂ ୧୨୫୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ₹୭୫୦ କୋଟି ଟଙ୍କା ନିବେଶ ସହିତ, ଏହି ପ୍ରକଳ୍ପ ଭାରତରେ ଲୁହା ପଥରର ସଦୁପଯୋଗ କରି, ସ୍ପଞ୍ଜ ଆଇରନ୍,ପେଲେଟ ଆଇରନ୍ ଓର୍ , କାରଖାନାର ତାପଜ ଶକ୍ତି ର ସୁବିନିଯୋଗ କରି ବିଦ୍ୟୁତ୍ ଉତ୍ପାଦନ ଓ ସମୟ ସହିତ ତାଳ ଦେଇ ଆଗକୁ ଆବଶ୍ୟକ ପଡିଲେ ଅନ୍ୟାନ୍ୟ ଚାହିଦା ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାକୁ ପ୍ରସ୍ତୁତ ହେଉଛି।
କେନ୍ଦୁଝର ଜିଲ୍ଲାର ସାଲାରାପେଣ୍ଠ ଠାରେ ଅବସ୍ଥିତ,
ଏହି କାରଖାନା ୨୦୨୫ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ ବୋଲି ଆଶା କରାଯାଉଛି ।ଏହି ପ୍ରକଳ୍ପ ଶିଳ୍ପ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପ୍ରୟାସ ସହିତ ସମସ୍ତ ଜନସାଧାରଣଙ୍କ ସହିତ ସମନ୍ୱିତ ହୋଇ ଆଗକୁ ବଢିବା ପାଇଁ ଚେଷ୍ଟା କରିବ।
ଏକ କମ୍ପାନୀର ଯାତ୍ରାରେ ଆଜିଠାରୁ ଏକ ନୂତନ ଅଧ୍ୟାୟର ଆରମ୍ଭ ହେଲା ଓ ଯାହା ଭବିଷ୍ୟତ ପାଇଁ ଆଶା ଏବଂ ପ୍ରତିଶ୍ରୁତି ଦିଆଯାଇଛି ତାହାକୁ ଶତପ୍ରତିଶତ ପାଳନ କରାଯିବ ବୋଲି କହିଛନ୍ତି କାରଖାନାର ମାଲିକ ସରୋଜ କୁମାର ସାହୁ । କମ୍ପାନୀ ର C.E.O ଇଂ.ଦେବବ୍ରତ ସ୍ବାଇଁ କହିଛନ୍ତି ରଥଯାତ୍ରା ଏପରି ଏକ ଉତ୍ସବ ଯାହା ପ୍ରତ୍ୟେକ ଓଡ଼ିଆ ଙ୍କୁ ଏକତା ଏବଂ ଭକ୍ତିର ଭାବନାରେ ଏକାଠି କରିଥାଏ, ତେଣୁ ଆଜିର ଏହି ଭୂମିପୂଜା ଆମ ପ୍ରସ୍ତାବିତ କାରଖାନା ଆଞ୍ଚଳିକ ଜନସାଧାରଣ ଓ ବିକାଶମୁଖୀ ଶିଳ୍ପାୟନ ପାଇଁ ଏକ ମାଇଲଖୁଣ୍ଟ ଭାବେ ଉଭାହେବାକୁ ଯାଉଛି। ତେଣୁ ଆମେ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ବଳଦେବ ଜୀଉ ଙ୍କ ଘୋଷଯାତ୍ରା ଦିନ ହିଁ ଆମ କାରଖାନାର ଭୂମିପୂଜନ କାର୍ଯ୍ୟକ୍ରମ ପାଇଁ ସବୁଠାରୁ ଉପଯୁକ୍ତ ଦିନ ଭାବି କାରଖାନା ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ କରୁଛୁ। ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ରେ ଜିଲ୍ଲାର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ଥିଲେ।