ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧରେ ଲାଗିଲା ବ୍ରେକ୍ ! ଭାରତ-ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି । ଏକ୍ସରେ ପୋଷ୍ଟ କରି ଜଣାଇଲେ ଆମେରିକା ରାଷ୍ଟ୍ରପତି । ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ ଟ୍ରମ୍ପ । ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି ହୋଇଥିବା କହିଲେ ଟ୍ରମ୍ପ । ରାତି ସାରା କଥା ହେଲା ପରେ ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ । ତତ୍କାଳ ପ୍ରଭାବରେ ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଦୁଇ ଦେଶ ରାଜି ହୋଇଥିବା ଘୋଷଣା କଲେ ଟ୍ରମ୍ପ । ତେବେ ଆମେରିକା ମଧ୍ୟସ୍ଥତା କରିଥିଲା ଏବଂ ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରିତି ପାଇଁ ଉଭୟ ରାଜି ହୋଇଛନ୍ତି । ତେବେ ପାକିସ୍ତାନ ପକ୍ଷରୁ ପ୍ରଥମେ ଭାରତକୁ ଫୋନ ଆସିଥିଲା ବୋଲି ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି ।

="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା । ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି କହିଲେ । ‘ଏକ୍ସ’ରେ ଏନେଇ ଟ୍ରମ୍ପ୍‌ ଦେଲେ ବଡ଼ ସୂଚନା । ଦୁଇ ଦେଶ ସହ ମଧ୍ୟସ୍ଥତା ପରେ ସହମତି ନେଇ ଜଣାଇଲେ । ତୁରନ୍ତ ଅସ୍ତ୍ରବିରତି ନେଇ ଉଭୟ ଦେଶ ରାଜି ବୋଲି ଲେଖିଲେ । ସହମତି ପାଇଁ ଦୁଇ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପଙ୍କ ଟ୍ବିଟ୍ ନେଇ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

US ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ସହମତି କଥା ଜଣାଇଲେ । ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଲେ । ସେ ନିଜେ ଓ ଉପରାଷ୍ଟ୍ରପତି ଭାନ୍ସ ମଧ୍ୟସ୍ଥତା କରିଥିବା ସ୍ପଷ୍ଟ କଲେ । ବିଗତ ୪୮ ଘଣ୍ଟାର ଆଲୋଚନା ପରେ ସଫଳତା ମିଳିଥିବା କହିଲେ । ପ୍ରଧାନମନ୍ତ୍ରୀ ମୋଦି ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପାକ୍ ସେନା ମୁଖ୍ୟ ମୁନିରଙ୍କ ସହ ଆଲୋଚନା ହୋଇଥିଲା । ଏହା ପୂର୍ବରୁ ମଧ୍ୟ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଦୁଇ ଦେଶକୁ ସହମତି ଜରିଆରେ ଅସ୍ତ୍ରବିରିତି ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅପିଲ କରିଥିଲେ ।

ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି, "ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ସମୟରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ । ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ଭାରତୀୟ ସମୟ 5ଟାରୁ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି, ଏହି ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ସାମରିକ ଅଭିଯାନ ମହାନିର୍ଦ୍ଦେଶକ ମେ 12 ଦିନ 12ଟାରେ ପୁଣି ଥରେ କଥାବାର୍ତ୍ତା କରିବେ ।"

ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନ ୩ଟା ପୂର୍ବରୁ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ । ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ଭାରତୀୟ ସମୟ ଅନୁସାରେ 5ଟାରୁ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ । ଏହି ବୁଝାମଣାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି," ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ।

0 Comments