ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପହଲଗାମ ଆତଙ୍କୀ ହାମଲାର ଜବାବରେ ଭାରତ ଆରମ୍ଭ କଲା ଅପରେସନ୍ ସିନ୍ଦୂର । ତିନି ସେନାର ମିଳିତ ସମନ୍ୱୟରେ ଭାରତୀୟ ପ୍ରତିରକ୍ଷା ବଳ ପାକିସ୍ତାନର ଛାତି ଉପରେ ମିସାଇଲ ମାଡ କରିଛି । ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରର 9ଟି ସ୍ଥାନରେ 24ଟି ମିସାଇଲ ପକାଇଛି ଭାରତୀୟ ସେନା । ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜରୁରୀ କାଳୀନ ସ୍ଥିତି ଘୋଷଣା ହୋଇଥିବା ବେଳେ ଅନେକ ବିମାନ ବନ୍ଦର, ସ୍କୁଲ ଏବଂ ସୀମାବର୍ତ୍ତୀ ଅଞ୍ଚଳ ସଟ୍ ଡାଉନ୍ ହୋଇଛି ।

ଭାରତର ଆକ୍ରମଣର ପ୍ରତି ଜବାବରେ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖା ତଥା ଏଲଓସି ଏବଂ ଅନ୍ତର୍ଜାତୀୟ ସୀମା ରେଖା ଆଇବିରେ ପ୍ରବଳ ଗୁଳି ମାଡ ହୋଇଛି । ଏଥିରେ ଭାରତୀୟ ସୀମାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସୀମାବର୍ତ୍ତୀ ଗାଁରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଆତଙ୍କୀ ହାମଲା ଜବାବରେ ଭାରତର ଅପରେସନ ସିନ୍ଦୂର ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ଆମେରିକାରୁ ଆସିଛି ପ୍ରତିକ୍ରିୟା ।

set: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି "ମୁଁ ଜାଣିଥିଲି ଭାରତ କାର୍ଯ୍ୟାନୁଷ୍ଠାନ ନେବ, ଆଶା କରୁଛି ଏହା ଖୁବ୍ ଶୀଘ୍ର ଶେଷ ହେବ । ଯେପରି ଆଗକୁ ଅଧିକ ତୀବ୍ର ରୂପ ନ ନେଇ ଯୁଦ୍ଧରେ ପରିଣତ ହୋଇଯାଉ ।" ଟ୍ରମ୍ପ ପୁଣି କହିଛନ୍ତି ଯେ, ଆମେ ଏହା ବିଷୟରେ ଶୁଣିଲୁ । ମୁଁ ଭାବୁଛି ଲୋକମାନେ ଜାଣିଥିଲେ ଯେ ଏପରି କିଛି ଘଟିବ । ଏହା ପୂର୍ବରୁ ମଧ୍ୟ ଘଟିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବର୍ଷ ବର୍ଷ ଧରି ଉତ୍ତେଜନା ସ୍ଥିତି ଲାଗି ରହିଛି । ସେ ପୁଣି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢ଼େଇ ବହୁତ ଦିନ ଧରି ଚାଲିଛି । ଏହି ଯୁଦ୍ଧ ଅନେକ ଦଶନ୍ଧି ଏବଂ ଶତାବ୍ଦୀ ଧରି ଚାଲିଆସିଛି । ତେବେ ମୁଁ ଆଶା କରୁଛି ଏହା ଶୀଘ୍ର ଶେଷ ହେବ ।


0 Comments