ଭାଟିକାନ ସିଟି: ଆଉ ନାହାନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ

ରାନସିସ୍‌ । ପୋପଙ୍କ ନିଧନ ନେଇ ଭାଟିକାନ ପକ୍ଷରୁ ସୂଚନା ଦିଆଯାଇଛି । 88 ବର୍ଷରେ ପୋପଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ନିମୋନିଆ ରୋଗରେ ପୀଡିତ ଥିଲେ । ପୋପ୍‌ ଫ୍ରାନସିସ୍‌ ଜୀବନବ୍ୟାପି ଖ୍ରୀଷ୍ଟ ଧର୍ମର ସେବା କରିଥିଲେ । ଆଜି(ସୋମବାର) ସକାଳ 7ଟା 35 ସମୟରେ ତାଙ୍କର ଦେହାନ୍ତ ହୋଇଛି ।

ଭାଟିକାନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି, ପୋପ୍‌ ଫ୍ରାନସିସ୍‌ ରୋମାନ କ୍ୟାଥଲିକ ଚର୍ଚ୍ଚରେ ପ୍ରଥମ ଧର୍ମଗୁରୁ ଥିଲେ । ସେ ଦୀର୍ଘଦିନ ହେଲାଣି ଅସୁସ୍ଥ ଥିଲେ । ନିମୋନିଆ କାରଣରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ଏଥିପାଇଁ ଦୀର୍ଘ 38 ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିକଟରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ ନିଜ ବାସଭବନ କାସା ସାଣ୍ଟା ମାର୍ଟାରେ ତାଙ୍କର ଦେହାନ୍ତ ହୋଇଛି ।

ଇଷ୍ଟର ପାଇଁ ରବିବାର ପୋପ୍‌ ଫ୍ରାନସିସ୍‌ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ । ସେଣ୍ଟ ପିଣ୍ଟର ସ୍କୋୟାରରେ ଲୋକଙ୍କୁ ଦର୍ଶନ ଦେଇଥିଲେ । ଯେଉଁଠି ପାଖାପାଖି 35000 ଲୋକଙ୍କ ଭିଡ ଜମିଥିଲା । ହାତ ହଲାଇ ଜନସାଧାରଣଙ୍କୁ ଅଭିବାଦନ ଜଣାଇଥିଲେ ପୋପ୍‌ । ସାରା ଜୀବନ ଇଶ୍ବରଙ୍କ ସେବାରେ ବିତାଇଥିଲେ ପୋପ୍‌ ।

ପୋପ ଫ୍ରାନସିସଙ୍କ ଜନ୍ମ ଆର୍ଜେଣ୍ଟିନାରେ ହୋଇଥିଲା । ତାଙ୍କ ନାଁ ଜାର୍ଜ ମାରିୟୋ ବେର୍ଗୋଲିୟୋ ଥିଲା । ପୋପ୍‌ ଫ୍ରାନସିସ ଗତ 2013ରେ ଏହି ପଦରେ ଥିଲେ । ପୋପ୍‌ ବେନେଡିକ୍ଟ XVI ଇସ୍ତଫା ଦେବା ପରେ ସେ ଏହି ପଦ ସମ୍ଭାଳିଥିଲେ । କାର୍ଡିନଲ ତାଙ୍କୁ 266ତମ ପୋପ୍‌ ଭାବେ ଚୟନ କରିଥିଲେ । ତେବେ ଏହା ପ୍ରଥମ ଥିଲା, ଜଣେ ଅଣ ୟୁରୋପିୟଙ୍କୁ ପୋପ୍‌ ଭାବେ ବଛା ଯାଇଥିଲା ।

0 Comments