(ବ୍ୟୁରୋ)ମହାକାଶ ଆଭିମୁଖେ ନିଜର ଯାତ୍ରା ଆରମ୍ଭ କରିଲା ଆକ୍ସିଓମ୍ 4 ମିଶନ । ପାଞ୍ଚଥର ଉଡାଣ ବାତିଲ ହେବା ପରେ ଭାରତର ଶୁଭାଂଶୁ ଶୁକ୍ଲା ପରିଶେଷରେ 25 ଜୁନ୍ 2025ରେ ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ(ISS) ଅଭିମୁଖେ ନିଜର ତିନି ମହାକାଶକାରୀ ସାଥିଙ୍କ ସହ ଉଡାଣ ଭରିଛନ୍ତି । ନାସା ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ଏହି ବାଣିଜ୍ୟିକ ମିଶନ ସ୍ପେସ୍ଏକ୍ସର ଫାଲକନ୍ 9 ରକେଟ୍ ଜରିଆରେ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉଡାଣ ଭରି ନୂତନ ସ୍ପେସ୍ଏକ୍ସର ଡ୍ରାଗନ ମହାକାଶଯାନରେ ଯାତ୍ରା କରି ଘୂର୍ଣ୍ଣାୟମାନ ପରୀକ୍ଷଣ କେନ୍ଦ୍ରରେ ପହଞ୍ଚିବେ ।

ନାସା, ଆକ୍ସିଅମ୍ ସ୍ପେସ୍ ଓ ସ୍ପେସ୍ ଏକ୍ସ ମିଳିତ ଭାବେ ଏହି ଅଭିଯାନର ଅଂଶ ଗ୍ରହଣ କରିଛନ୍ତି । ଯାନଟି ଭାରତୀୟ ସମୟ ମଧ୍ୟାହ୍ନ 12.01 ସମୟରେ ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ(ISS

) ଅଭିମୁଖେ ବୁଧବାର ଉଡାଣ ଭରିଛି । ଡକିଂ ସମୟ ଗୁରୁବାର 26 ଜୁନ୍ ଅପରାହ୍ଣ 4.30 ମିନିଟ୍ ରହିଛି ।

ଆକ୍ସିଓମ୍ 4 ମିଶନରେ ଏହି 4 ଜଣିଆ ମହାକାଶଚାରୀ ଦଳ ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନ(ISS)ରେ 14 ଦିନ ବିତାଇବେ । ଏହି ମିଶନର ସଫଳତା ସହ ଏହା ଚତୁର୍ଥ ବ୍ୟକ୍ତିଗତ ମହାକାଶ ମିଶନ ହେବ ଏବଂ ଦ୍ୱିତୀୟ ସଫଳ ବାଣିଜ୍ୟିକ ମହାକାଶ ଅଭିଯାନ ହେବ ।

ଶୁଭାଂଶୁ ଶୁକ୍ଲା ଭାରତୀୟ ବାୟୁ ସେନାର ଜଣେ କାର୍ଯ୍ୟରତ ଅଧିକାରୀ । ଭାରତର ଆଗାମୀ ଗଗନଯାନ ମିଶନ ପାଇଁ ତାଙ୍କୁ ଚୟନ କରାଯାଇଛି । ଏହି ମିଶନରେ ପ୍ରଶାନ୍ତ ବାଲକ୍ରିଷ୍ଣା ନାୟାର, ଅଜିତ କ୍ରିଷ୍ଣନ୍ ଏବଂ ଅଙ୍ଗଦ ପ୍ରତାପ, ଶୁଭାଂଶୁ ଶୁକ୍ଲାଙ୍କ ସହ ମହାକାଶ ଅଭିମୁଖେ ଯାତ୍ରା କରିବେ । ଆକ୍ସିଓମ୍ 4 ମିଶନ ଦ୍ୱାରା ଗଗନଯାତ୍ରୀ ମିଶନର ପ୍ରଥମ ସଦସ୍ୟ ଭାବେ ସେ ମହାକାଶରେ ପହଞ୍ଚିବେ ।

0 Comments