ଭୁବନେଶ୍ବର: ନାରୀ ନିର୍ଯାତନା ନେଇ କଂଗ୍ରେସର ବିଧାନସଭା ଘେରାଉ ଘଟଣା । ଲୋୟର ପିଏମଜିରେ ବିଶୃଙ୍ଖଳା ନେଇ ରୁଜୁ ହେଲା ମାମଲା । ବିଶୃଙ୍ଖଳାକାରୀଙ୍କ ବିରୋଧରେ ଲାଗିଲା ଦଙ୍ଗା ମାମଲା । ଏପରିକି ପୋଲିସ ଗାଡି ପୋଡି ଓ ବିଧାନସଭା ୩ ନମ୍ବର ଗେଟରେ ବଳପୂର୍ବକ ଧସେଇ ପଶିବା ନେଇ ରୁଜୁ ହୋଇଛି ମାମଲା । ଏନେଇ କମିଶନରେଟ ପୋଲିସ ପକ୍ଷରୁ କ୍ୟାପିଟାଲ ଥାନାରେ ତିନୋଟି ମାମଲା ରୁଜୁ କରାଯାଇଛି । କେସ ନମ୍ବର ୧୨୮,୧୨୯,୧୩୦ରେ ତିନୋଟି କେସ ରୁଜୁ ହୋଇଥିବା । କ୍ୟାପିଟାଲ ଥାନାଧିକାରି ଦୟାନିଧି ନାୟକ ସୂଚନା ଦେଇଛନ୍ତି ।
ଗତ ୨୬ ତାରିଖରେ ଇଷ୍ଟର୍ଣ୍ଣ ଗେଟ ଅର୍ଥାତ୍ ଗେଟ୍ ନମ୍ୱର ୩ ବଳ ପୂର୍ବରୁ ଧସେଇ ପସିବାକୁ ଉଦ୍ୟମ ବେଳେ ପୋଲିସ ସହ ମୁହାଁମୁହିଁକୁ ନେଇ କେସ ନମ୍ବର ୧୨୮/୨୫,ରେ ମାମଲା ରୁଜୁ ହୋଇଛି । ୧୮୯(୨),୨୧୧,୨୯୬,୧୩୨,୧୯୦,BNS ୯୬ ଓ ୟୁପି ଆକ୍
ରେ ମାମଲା ରୁଜୁ କରି ଅନେକ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଏପରିକି ସେହି ତାଲିକାରେ ବହୁ ବରିଷ୍ଠ ନେତା ଓ କର୍ମୀ ଓ ବରିଷ୍ଠ ନେତା ମଧ୍ୟ ରହିଛନ୍ତି । ଏମାନେ ରାତି ଅଧରେ ବିଧାନସଭା ତିନି ନମ୍ବର ଗେଟରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଅଟକାଇଲା ଥିଲା ପୋଲିସ । ଏମାନେ ଧସେଇ ପଶିବାକୁ ଉଦ୍ୟମ କରୁଥିଲେ ଏନେଇ ବିଧାନସଭାର ସୁରକ୍ଷାକୁ ଆଧାରକରି ପୋଲିସ ୨୬ତାରିଖ ରାତି ଘଟଣା ପାଇଁ ସ୍ବତନ୍ତ୍ର କେସ କରି ତନାଘନା ଜାରି ରଖିଛି ।
ସେହିପରି ଗତକାଲି ଅର୍ଥାତ ମାର୍ଚ୍ଚ ୨୭ତାରିଖ ନାରୀ ନିର୍ଯାତନା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ । ଲୋୟର ପିଏମଜିରେ ବିଧାନସଭା ଘେରାଉ ବେଳେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପରିକି ପୋଲିସ ଭ୍ୟାନରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ କିଛି ବିଶୃଙ୍ଖଳାକାରୀ । ଯାହାକୁ ନେଇ ୧୨୯/୨୫ରେ ମାମଲା ରୁଜୁ କରଯାଇଛି । ଏନେଇ ଧାରା ୩୨୭ ବିଏନଏସ ଆଧାରରେ କିଛି ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ନାଁରେ କେସ ରୁଜୁ ହୋଇଛି । ପୋଲିସ ଗାଡିରେ ନିଆଁ ଲଗାଇବା ଓ ପେଟ୍ରୋଲ ଭଳି ବିସ୍ଫୋରକ ବ୍ୟବହାର କରିବା ଦଫାରେ ମାମଲା ରୁଜୁ କରି ବିଶୃଙ୍ଖଳାକାରୀକୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ରେଡ କରୁଛି ।
ସେହିପରି ଲୋୟର ପିଏମଜିରେ ଚେୟାର ମାଡ଼ ପାଇଁ ଦଙ୍ଗା ମାମଲା ରୁଜୁ କରାଯାଇଛି । ଏକ କେସ ନମ୍ବର ୧୩୦/୨୫ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ୧୮୯(୨),୧୯୧(୨),୧୨୬(୨),୧୩୨,୧୨୧,୨୯୬,୩୫୧,୧୯୦,ବିଏନସ ୯୬ଓୟୁପିରେ ମାମଲା ରୁଜୁ କରି ଦଙ୍ଗା ଦଫାରେ ତନାଘନା କରାଯାଉଛି ।
ଲୋୟର ପିଏମଜିରେ ୧୬୩ଧାରା ଜାରି କରାଯାଇଥିବା ନିଷେଧାଞ୍ଚଳରେ ପୋଲିସ ବାରିକେଡ ଭାଙ୍ଗିବା,ପୋଲିସ ଉପରକୁ ଢେଲା ପଥର ଓ ଅଣ୍ଡା ମାଡ ସହ ଓ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରି ଚେୟାର ଫିଙ୍ଗିବା ନେଇ ଦଙ୍ଗା ଦଫା ମାମଲା ରୁଜୁ କରି କେସ ରୁଜୁ ହୋଇଛି । ସିସିଟିଭି ଓ ଗଣମାଧ୍ୟମ ଭିଡିଓର ଭିଜୁଆଲ ଆଧାରରେ ବିଶୃଙ୍ଖଳା କାରିଙ୍କ ଚିହ୍ନଟ କରଯାଇଛି । ଏନେଇ ସେମାନଙ୍କୁ ଚିହ୍ନଟ ପରେ ଗିରଫ ଦାରି ପାଇଁ ପୋଲିସ କଂଗ୍ରେସ କର୍ମୀଙ୍କ ପାଇଁ ଅଡୁଆ ବଢିଛି । ଏଥିପାଇଁ କଂଗ୍ରେସର ବିଧାନସଭାର ଘେରାଉ ବେଳେ ଯେଉଁମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ।ଢେଲା ପଥର ଓ ଚେୟାର ମାଡ଼ ସହ ଚକୋଲେଟ ଜରିରେ ଅଣ୍ଡା ଲୁଚାଇ ପୋଲିସକୁ ମାଡ଼ କରିଥିଲେ । ଏଥିରେ ଅନେକ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ଗତକାଲି ପୋଲିସ ଡିଜି ମଧ୍ୟ ସେମାନଙ୍କୁ ହସ୍ପିଟାଲରେ ଯାଇ ଭେଟିଥିଲେ ସେତେଡେଳେ ଡିଜି କହିଥିଲେ ପୋଲିସ ବର୍ଦ୍ଦିକୁ ଯିଏ ହାତ ଲଗାଇଛି ସେମାନଙ୍କୁ ବନ୍ଧାଯିବ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ।