an style="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଋଷିଆନ୍ ଇଣ୍ଟରନ୍ୟାସନଲ ଆଫାୟାର୍ସ କାଉନସିଲ୍- RIAC ଦ୍ୱାରା ଆୟୋଜିତ "ଋଷିଆ ଆଣ୍ଡ ଇଣ୍ଡିଆ: ଟୁୱାର୍ଡସ ଏ ବାଇଲେଟେରାଲ ଏଜେଣ୍ଡା" ଶୀର୍ଷକ ଏକ ସମ୍ମିଳନୀରେ ଏକ ଭିଡିଓ ସମ୍ବୋଧନରେ ଲାଭରୋଭ କହିଛନ୍ତି ଯେ, ଗତ ବର୍ଷ ପୁନଃ ନିର୍ବାଚନରେ ଜିତିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଋଷ ଗସ୍ତ କରିଥିଲେ। ତେଣୁ ବର୍ତ୍ତମାନ ଏହା ଆମର ପାଳି। ସେ କହିଛନ୍ତି, ପୁଟିନ ଏବଂ ମୋଦି ନିୟମିତ ଯୋଗାଯୋଗରେ ରୁହନ୍ତି ଏବଂ ପ୍ରତି ଦୁଇ ମାସରେ ଥରେ ଟେଲିଫୋନ୍ ମାଧ୍ୟମରେ କଥା ହୁଅନ୍ତି। ବିଶେଷକରି ଅନ୍ତର୍ଜାତୀୟ ଇଭେଣ୍ଟ ସମୟରେ ଏହି ଦୁଇ ନେତା ବ୍ୟକ୍ତିଗତ ଭାବେ ସାକ୍ଷାତ କରନ୍ତି।
ଗତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ମସ୍କୋ ଗସ୍ତରେ ଯାଇ ଋଷ-ଭାରତ ସମ୍ମିଳନୀରେ ଯୋଗ ଦେବାଥିଲେ। ଏହାପରେ ଗତ ଅକ୍ଟୋବରରେ ସେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଋଷର କାଜାନ ସହର ପରିଦର୍ଶନ କରିଥିଲେ। ଗତ ଗସ୍ତ ସମୟରେ, ମୋଦି ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ। ମାର୍ଚ୍ଚ 24 ତାରିଖରେ ଲାଭରୋଭ କହିଥିଲେ ଯେ, ଋଷ ଭାରତ ସହିତ ଏକ "ବିଶେଷାଧିକାରପ୍ରାପ୍ତ ରଣନୈତିକ ସହଭାଗୀତା" ବିକଶିତ କରୁଛି।
ଲାଭରୋଭ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଋଷ ସକ୍ରିୟ ଭାବେ ଚୀନ୍, ଭାରତ, ଇରାନ, ଉତ୍ତର କୋରିଆ ଏବଂ କମନୱେଲଥ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଷ୍ଟେଟ୍ସ (CIS) ଦେଶଗୁଡ଼ିକ ସହିତ ସମ୍ପର୍କ ବିସ୍ତାର କରୁଛି।ପୁଟିନ ଏବଂ ମୋଦି ନିୟମିତ ଯୋଗାଯୋଗ ବଜାୟ ରଖନ୍ତି। ପ୍ରତି ଦୁଇ ମାସରେ ଥରେ ଟେଲିଫୋନ୍ ବାର୍ତ୍ତାଳାପ କରନ୍ତି। ଦୁଇ ନେତା ବ୍ୟକ୍ତିଗତ ସାକ୍ଷାତ ମଧ୍ୟ କରନ୍ତି, ବିଶେଷକରି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଅବସରରେ।