ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ବିଭାଗର ୩୫୩୭ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିବୃତ୍ତି ରଖିଛନ୍ତି । ଏଥିସହ ରୋଜଗାର କମ୍‌ ଥିଲେ ରାସନ କଟିବ ନାହିଁ ବୋଲି ଜଣାଇଛନ୍ତି ମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିଛନ୍ତି । ପ୍ରତି ଜିଲ୍ଲାର ଦାୟିତ୍ଵ ଜଣେ ମନ୍ତ୍ରୀଙ୍କୁ ଦେଇଛନ୍ତି ସରକାର । ପ୍ରତି ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଫିସର ଏବଂ ୪ ରୁ ୫ ଟି ମଣ୍ଡି ପାଇଁ ସୁପରଭାଇଜର ନିଯୁକ୍ତ କରାଯାଇଛି । ଅନିୟମିତତା ବା ଦୁର୍ନୀତିରେ ଲିପ୍ତ ଥିବା ୬୧ ଜଣ ସମବାୟ ଅଫିସରଙ୍କ ଉପରେ ଆକ୍ସନ ନେଇଛନ୍ତି ସରକାର । ଏହାସହ ୨ ଜଣ ଖାଦ୍ୟ ଯୋଗାଣ ଅଫିସରଙ୍କୁ ମଧ୍ୟ ନିଲମ୍ବନ କରିଛି ବିଭାଗ । ମିଲର ମାନଙ୍କୁ ମଧ୍ୟ ଧାନ କିଣାରେ ସ୍ଵଚ୍ଛତା ରଖିବା ପାଇଁ ସତର୍କ କରାଯାଇଛି ବୋଲି ମନ୍ତ୍ରୀ ବିବୃତ୍ତିରେ କହିଛନ୍ତି ।

ଏହାସହ ସରକାରଙ୍କ ନିୟମ ଉଲ୍ଲଙ୍ଘନ କରିଥିବା ୧୮ଟି ମିଲ ସିଲ୍ କରାଯାଇଛି । କିନ୍ତୁ ୨୪ ବର୍ଷ ଭିତରେ ବିଜେଡ଼ି ସରକାର କେତେ ଆକ୍ସନ ନେଇଥିଲା ବୋଲି ପ୍ରଶ୍ନ କଲେ ମନ୍ତ୍ରୀ । କାରଣ ମିଲର୍ ମାନେ ସବୁ କଂଗ୍ରେସ ନହେଲେ ବିଜେଡ଼ି ଦଳର ଲୋକ । ସେମାନଙ୍କର ଅଭ୍ୟାସ ଅଛି, କଟନି ଛଟନି କରନ୍ତି । କିନ୍ତୁ ଆମ ସରକାର କଟନୀ ଛଟନୀ ବନ୍ଦ କରିବାରେ ସଫଳ ହୋଇଛି ।

ରୋଜଗାର କମ୍ ଥିବା ଲୋକଙ୍କ ରାସନ କାର୍ଡ କଟିବ ନାହିଁ । କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ । ବିରୋଧୀ ଭୟ ପ୍ରକଟ କରୁଛନ୍ତି ଯେ ସମସ୍ତଙ୍କର କାର୍ଡ କଟିଯିବ । ମନ୍ତ୍ରୀଙ୍କ ଶିକ୍ଷକ ସାଙ୍ଗ ବି ୭୦ ହଜାର ଟଙ୍କା ଦରମା ପାଇ କାର୍ଡ ରଖିଥିଲେ । ସେ ମଧ୍ୟ କାର୍ଡ ଫେରାଇଛନ୍ତି । ତେଣୁ ବିଜେଡ଼ି ସରକାର ଅମଳରେ ସବୁ ଢିଲା ଥିଲା ବୋଲି କହିଛନ୍ତି ମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରର 

te-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">୩ କୋଟି ୨୬ଲକ୍ଷ ୭ ହଜାର ୯୭୩ ଲୋକ ଚାଉଳ ପାଉଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ ପରିବାରର ୪ ଲକ୍ଷ ୨୦ ହଜାର ୯୦୭ ସଦସ୍ୟଙ୍କୁ ଚାଉଳ ଯୋଗାଇ ଦେଉଛନ୍ତି ସରକାର । ପ୍ରାୟ ୧୩ ଲକ୍ଷରୁ ଊର୍ଦ୍ଧ୍ବ ନୂଆ ହିତାଧିକାରୀ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।

Ekyc କାରଣରୁ ବହୁତ ଚୋରି ଧରାପଡ଼ିଲା । ୨୦ ମାର୍ଚ୍ଚ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ ହଜାର ୩୨୭ ଜଣ ସଫଳ ଭାବେ Ekyc କରିଛନ୍ତି । ରାଜ୍ୟ ବାହାରେ କାମ କରୁଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ Ekyc କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କ Ekyc ଯାଞ୍ଚ ସରି ଯାଇଛି । ୪ ଲକ୍ଷ ୩୧ ହଜାର ୮୪୬ ଜଣ ମୃତ ବା ଭୂତ ହିତାଧିକାରୀଙ୍କୁ କଟା ଯାଇଛି । ୨୪ ତାରିଖ ସୁଦ୍ଧା ଏହି ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠାଯାଉଥିଲା । ୯୧ ହଜାର ୨୮୦ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି । ୨୪ ମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ ୫ ଲକ୍ଷ ୨୩ ହଜାର ୧୨୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇଛି । ଧରାପଡ଼ିଥିବା ସବୁ ଜାଲ ହିତାଧିକାରୀ ବିଜେଡ଼ି ଦଳର ଲୋକ ବୋଲି କହିଲେ ମନ୍ତ୍ରୀ ।

0 Comments