allback_fba9a0; font-size: 20px;"> ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପଦର୍ଶନ ଯୋଗୁ କଂଗ୍ରେସ ବିଧାୟକଙ୍କ ଉପରେ ବଡ ଆକ୍ସନ ନେଲେ ବାଚସ୍ପତି । କଂଗ୍ରେସର 12 ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ବିଧାନସଭାରେ ଅଶୋଭନୀୟ ଆଚରଣ ପାଇଁ ବାଚସ୍ପତି ସୁରମା ପାଢ଼ୀ 12ଜଣ ବିଧାୟକଙ୍କୁ 7 ଟି କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । କଂଗ୍ରେସର ମୋଟ 14 ବିଧାୟକଙ୍କ ମଧ୍ୟରେ ବିଧାୟକ ତାରା ବାହିନୀପତି ଓ ବିଧାୟକ ରମେଶ ଜେନାଙ୍କୁ ଛାଡି ଦେଲେ ବାକି ସମସ୍ତଙ୍କୁ ନିଲମ୍ବନ କରାଯାଇଛି । ତୁରନ୍ତ ଗୃହ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।
ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ,ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲା ସ୍ବାମୀ ,ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ନିଲମ୍ବିତ ହୋଇଛନ୍ତି ।
ଦୀର୍ଘ 13 ଦିନ ହେବ ବିଧାନସଭାକୁ ଅଚଳ କରୁଛନ୍ତି ବିରୋଧୀ। କଂଗ୍ରେସ ୧୩ ଦିନ ହେବ ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଧାନସଭାରେ ହାଉସ କମିଟି ଗଠନ କରନ୍ତୁ ବୋଲି ଦାବି କରି ଗୃହ ଭିତରେ ଏବଂ ବାହାରେ ବିରୋଧ ପଦର୍ଶନ କରୁଥିଲେ । ଏପରିକି ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ହୋହଲ୍ଲା କରିଥିବାରୁ ପୂର୍ବରୁ ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କୁ 7 ଦିନ ପାଇଁ ନିଲମ୍ବିତ କରାଯାଇଥିଲା ।