ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ ଲୋୟର ପିଏମଜିରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ହଲ୍ଲାବୋଲ । ରଣକ୍ଷେତ୍ର ପାଲଟିଲା ରାଜଧାନୀ ଲୋୟର ପିଏମଜି ।ବିକ୍ଷୋଭ ପ୍ରଦର୍ଶନ ସହ ବ୍ୟାରିକେଡ଼ ଭାଙ୍ଗିଥିଲେ କଂଗ୍ରେସ କର୍ମୀ । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ହେଲେ ବିକ୍ଷୋଭକାରୀ ପୋଲିସ ଉପରକୁ ଢେଲା ଫିଙ୍ଗିଥିଲା ଚେୟାର ଫୋପାଡ଼ି ଥିବା ବେଳେ ପୋଲିସ ଲାଠି ଚାର୍ଜ କରିଥିଲା । ଶତାଧିକ ନେତା କର୍ମୀ ଗିରଫ । ଏହି ଆନ୍ଦୋଳନରେ ପୋଲିସର 12 ଜଣ କର୍ମୀ ଆହତ ହୋଇଥିବା ବେଳେ ଅନେକ କଂଗ୍ରେସ ନେତା ଓ କର୍ମୀ ଆହତ ହୋଇଛନ୍ତି । ଉଭୟେ ଲହୁଲୁହାଣ ହୋଇଛନ୍ତି ପୋଲିସ ଓ କଂଗ୍ରେସ କର୍ମୀ । ଆଉ ଏଥିରୁ ବର୍ତ୍ତିନଥିଲେ ଗଣମାଧ୍ୟମ ସାମ୍ବାଦିକ ।
କଂଗ୍ରେସ ଆନ୍ଦୋଳନ ଉଗ୍ର ରୂପ ନେଇଥିବା ଦେଖିବାକୁ ମିଳିଥିଲା । ଢେଲା ପଥର ସହ ଟମାଟୋ ପାଣି ବୋତଲ ଓ ଚେୟାର ସବୁ ପୋଲିସ ଉପରକୁ ଫିଙ୍ଗି ଚାଲିଲେ କର୍ମୀ । ପରିସ୍ଥିତି ଏପରି ଉପୁଜିଲା କି ପୁରା ଗାନ୍ଧୀ ମାର୍ଗ ରଣକ୍ଷେତ୍ର ପାଲଟିଲା । କର୍ମୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଆଘାତ ହେବ ସହ ରକ୍ତାକ୍ତ ହେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଣି ଓ ଟିୟର ଗ୍ୟାସ ସ୍ପ୍ରେ କରିଥିଲା । ତଥାପି ଥମିନଥିଲା କଂଗ୍ରେସ ପାଣି ଓ ଟିୟର ଗ୍ୟାସ ଭିତରରେ ବି ବିକ୍ଷୋଭ ଜାରି ରହିଥିଲା ।
ପରିସ୍ଥିତିକୁ ଦେଖି ପୋଲିସ ୧୦୦ରୁ ଊର୍ଦ୍ଧ୍ବ ନେତା କର୍ମୀଙ୍କୁ ଗିରଫ କରିଥିଲା । ଏହା ପରେ ବି ପୁଣି ଥରେ ଢେଲା ପଥର ମାଡ ସହ ଚେୟାର ଓ ଅଣ୍ଡା ମାଡ କରିଥିଲା କ
ଗ୍ରେସ । ପୁଣି ଠାରେ ପୋଲିସ ଲାଠି ଚାର୍ଜ କରି କର୍ମୀଙ୍କୁ ଘଉଡେଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି କର୍ମୀଙ୍କ ଢେଲା ମାଡରେ ଜଣେ ସାମ୍ବାଦିକ ବି ଗୁରୁତର ଆହତ ହୋଇଛନ୍ତି । ସେହିପରି ବିକ୍ଷୋଭକାରୀ ମାନେ ପୋଲିସରର ଏକ ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି ।
ପୁରା ଆନ୍ଦୋଳନକୁ ନେଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଥିଲେ, ‘କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଓ ବିକ୍ଷୋଭର ବର୍ତ୍ତମାନର ପରିସ୍ଥିତି ସ୍ୱାଭାବିକ ରହିଛି । ଘଟଣା ଉପରେ ପୂରା ନଜର ପୋଲିସର ରହିଛି । ଚେକ ପୋଷ୍ଟ ଗୁଡିକରେ ଏବେବି ପୋଲିସ ଜଗିରହିଛି ।
ଡିସିପି ଆହୁରି କହିଛନ୍ତି, ‘ଆମେ ସମସ୍ତ ଫୁଟେଜକୁ ଯାଞ୍ଚ କରୁଛୁ । ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏପରିକି ସିସିଟିଭି ଆଧାରରେ ଯଦି କେହି ଆନ୍ଦୋଳନକୁ ଉସକାଉଥିବା ବା ଢେଲା ମାରିବାର ଯୋଜନା କରୁଥିବା ଦେଖିବାକୁ ମିଳେ ବା ସିସିଟିଭିରୁ ଜଣାପଡେ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’
ପୋଲିସ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହେବାରୁ କିଛି କଂଗ୍ରେସ କର୍ମୀମାନେ ଆହତ ହୋଇଛନ୍ତି । ବିଭିନ୍ନ ଚିକିତ୍ସାଳୟରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ପିସିସି ସଭାପତି ସମେତ ବହୁ ନେତା ହସ୍ପିଟାଲ ଯାଇ ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେପଟେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ମଧ୍ୟ ହସ୍ପିଟାଲ ଯାଇ ଆହତ ପୋଲିସଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।